ବଢ଼ୁଛି ଜଳସ୍ତର , ଖୋଲିଲା ଜଲାପୁଟ ଡ୍ୟାମ୍‌ର ୫ ଗେଟ୍‌

ଲମତାପୁଟ :ବଢ଼ୁଛି ଜଳସ୍ତର , ଖୋଲିଲା ଜଲାପୁଟ ଡ୍ୟାମ୍‌ର ୫ ଗେଟ୍‌, ଦୁଇଦିନ ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମର ୫ଟି ଗେଟ ଖୋଲାଯାଇଛି। ଜଲାପୁଟ ଡ୍ୟାମର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ୨୭୪୯.୧୦ ଫୁଟକୁ ଜଳସ୍ତର ଛୁଇଁଛି l ଡ୍ୟାମକୁ ୨୦୦୦ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ ଓ୍ବେ ଡ୍ୟାମ ଦେଇ ୬ ହଜାର କ୍ୟୁସେକ ଏବଂ ମୁଖ୍ୟ ଡ୍ୟାମ ଦେଇ ୨ ହଜାର କ୍ୟୁସେକ ପାଣି ଛଡା ଯାଉଛି l

ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଘଟି ବିପଦ ସଙ୍କେତକୁ ଛୁଇଁବା ପରେ ୩ ନମ୍ବର, ୫ ନମ୍ବର ଏବଂ ୭ ନମ୍ବର ଗେଟ୍ ଖୋଲି ୧୩ ହଜାର କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫୯୦ ଫୁଟ ଥିବା ବେଳେ ବର୍ତ୍ତମାନ ୨୫୮୬ ଫୁଟକୁ ଜଳସ୍ତର ଛୁଇଁଛି l ପାଣିପାଗ ବିଭାଗରୁ କୋରାପୁଟ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସୂଚନା ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ବଢିଲେ ଆହୁରି ଅନ୍ୟ ଗେଟ୍ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l

jalaput dam 5 gates opened

ଅନ୍ୟପଟେ କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩ ପଞ୍ଚାୟତ ଘୁମର,ମସିଗାଁ ଏବଂ ଦିଗାପୁର ବିରି ଏବଂ କୋଲାବ ନଦୀ ଉଛୁଳିବା ଯୋଗୁ ଜଳବନ୍ଦୀ ହୋଇଛି। ଏହା ଜାଣିବା ପରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ଜଳ ବନ୍ଦୀ ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛନ୍ତି।

ବର୍ଷା ତୁହାକୁ ତୁହା ଲାଗି ରହିଥିବା ବେଳେ ପ୍ରାୟ ୮୦୦ ଏକର ଜମିରେ ବର୍ଷା ଜଳ ଭର୍ତ୍ତି ହୋଇରହିଛି। ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ। ଦିଗାପୁର ନିକଟରେ ରହିଥିବା ବିରି ନଦୀରେ ବ୍ରିଜ୍‌ ଉପରେ ପାଣି ରହିଥିବା ଏବଂ ଘସରଡ଼ା ନିକଟସ୍ଥ କୋଲାବ ନଦୀରେ ପାଣି ବ୍ରିଜ୍‌ ଉପରେ ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+