ବିପଦ ସଙ୍କେତ ଡେଇଁଲା ଜଳକା ନଦୀ: ସକାଳ ୭ଟା ସୁଦ୍ଧା ମଥାନୀଠାରେ ୬.୮୦ ମିଟର ଜଳ ପ୍ରବାହିତ
ଜଳେଶ୍ବର: ପୁଣି ଜଳକା ନଦୀରେ ବନ୍ଯା ଆଶଙ୍କା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ କ୍ରମଶଃ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳସ୍ତର,ନଦୀର ମଥାନୀ ଠାରେ ବିପଦ ସଙ୍କେତ 6.50 ରହିଥିବା ବେଳେ ସତର୍କ ସଙ୍କେତ ରହିଛି 6.00 ମିଟର । ସକାଳା 7 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.80 ମିଟରରେ ପ୍ରବାହିତ ହେଉଛି ।
ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଗତ କିଛି ଦିନ ପୂର୍ବରୁ ବନ୍ଯା ଆସି ଶହ ଶହ ହେକ୍ଟର ଜମିରେ ଧାନ ତଳି ନଷ୍ଟ ହୋଇଥିଲା, ପୁଣି ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୮ ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଂକା କରା ଯାଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ଅଛନ୍ତି ନଦୀ କୁଳିଆ ଅଞ୍ଚଳ ଲୋକେ ।













Click it and Unblock the Notifications