ଲଗାଣ ବର୍ଷାରେ ଉତ୍ତର ବାଲେଶ୍ଵର ଜଳମଗ୍ନ: ଫୁଲୁଛି ଜଳକା ନଦୀ; ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା। ଆଜି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଏହାର ଜଳସ୍ତର ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ରାତି ୮ଟା ସୁଦ୍ଧା ଏଠାରେ ଏହାର ଜଳସ୍ତର ୬.୫୧ ମିଟର ରହିଛି। ଫଳରେ ଏଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଗତ ୨ଦିନ ହେଲା ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ- ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ନଦୀର ଜଳସ୍ତର ବି ବଢୁଛି। ଏଭଳି ବର୍ଷା ଲାଗି ରହିଲେ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯଦି ବନ୍ୟା ହୁଏ, ତା'ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷବାସ ଉଜୁଡ଼ିବାର ଆଶଙ୍କା ରହିଛି।

Jalaka river over

ସୂଚନଯୋଗ୍ୟ, ଆସନ୍ତାକାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ସେଠାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଉତ୍ତର ବାଲେଶ୍ଵରର ବିଭିନ୍ନ ତଳିଆ ଅଞ୍ଚଳ ଗତକାଲି ଠାରୁ ଜଳମଗ୍ନ ହେବାରେ ଲାଗିଛି। କେବଳ ଜଳେଶ୍ବର ଅଞ୍ଚଳରେ ଗତ ୧୩ ତାରିଖ ପୂର୍ବାହ୍ନ ୮ ଟା ରୁ ଆଜି ସକାଳ ୮ ଟା ଯାଏଁ ଏହି ୭୨ ଘଣ୍ଟା ମଧ୍ୟରେ ଜଳେଶ୍ଵର ରେ ୨୪୭ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉତ୍ତର ବାଲେଶ୍ଵର ଦେଇ ପ୍ରବାହିତ ଦୁଇ ନଦୀ ଖରସ୍ରୋତା ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ପରିସ୍ଥିତି ।

ଖରସ୍ରୋତା ସୁବର୍ଣ୍ଣରେଖା ନଦୀ ଅବବାହିକା ଅଞ୍ଚଳରେ ରହିଥିବା ଫେକଘାଟରେ ଗତକାଲି ସକାଳ ସୁଦ୍ଧା ସର୍ବାଧିକ ୧୨୧.୬ ଏମଏମ,ରାଜଘାଟରେ ୧୧୮.୮ ଏମଏମ,ଘାଟଶିଳା ରେ ୯୭.୨ ଏମଏମ,ଜାମଶୋଳାଘାଟ ରେ ୮୦.୦ ଏମଏମ ଓ ଜାମସେଦପୁର ରେ ୨୭.୮ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତକାଲି ରାତି ୯ ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୬.୪୯ ମିଟର ଓ ଜାମଶୋଳା ଘାଟ ଠାରେ ୪୭.୪୬୦ ମିଟର ରେ ପ୍ରବାହିତ ହେଉଥିବାର କେନ୍ଦ୍ର ଜଳ କମିଶନଙ୍କ ଦ୍ଵାରା ପରିଚାଳିତ ରାଜଘାଟ ସ୍ଥିତ ବନ୍ୟା ପୂର୍ବାନୁମାନ କେନ୍ଦ୍ର ସୂଚନା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+