Get Updates
Get notified of breaking news, exclusive insights, and must-see stories!

ଜଳ ଦୀପାବଳି - "ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ"

ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ (ଅମୃତ) ଅଧୀନରେ ମନ୍ତ୍ରଣାଳୟର ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନୟୁଏଲଏମ) ସହ ଭାଗିଦାରୀରେ ଏକ ପ୍ରଗତିଶୀଳ ପଦକ୍ଷେପ ଭାବେ "ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ"ର ଶୁଭାରମ୍ଭ କରିବାକୁ ଯାଉଛି । ଏଥିରେ ଓଡ଼ିଶା ଅର୍ବାନ ଏକାଡେମୀ ହେଉଛି ବୌଦ୍ଧିକ ସହାୟକ । ଏହି ଅଭିଯାନ ଅଧିନରେ "ଜଳ ଦୀପାବଳି" ପାଳନ କରାଯିବ ଏବଂ ଏହା ୭ ନଭେମ୍ବର, ୨୦୨୩ରୁ ଆରମ୍ଭ ହେବାକୁ ଯାଉଛି । ଏହା ୨୦୨୩ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଜଳ ପ୍ରଶାସନ କ୍ଷେତ୍ରରେ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ମଂଚ ପ୍ରଦାନ କରିବା । ସେମାନଙ୍କୁ ନିଜ ନିଜ ସହରରେ ଥିବା ଜଳ ବିଶୋଧନ ପ୍ଲାଂଟ (ଡବ୍ଲ୍ୟୁଟିପି) ପରିଦର୍ଶନ ମାଧ୍ୟମରେ ଜଳ ବିଶୋଧନ ପ୍ରକ୍ରିୟା ବିଷୟରେ ପ୍ରାଥମିକ ଜ୍ଞାନ ପ୍ରଦାନ କରାଯିବ । ଏହି ପରିଦର୍ଶନ ଦ୍ୱାରା ଘରେ ଘରେ ବିଶୁଦ୍ଧ ଏବଂ ନିରାପଦ ପାନୀୟ ଜଳ ପହଞ୍ଚାଇବାରେ ସମ୍ପୃକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ସଚେତନତା ସୃଷ୍ଟି ହେବ । ଏହା ବ୍ୟତୀତ ମହିଳାମାନେ ଜଳର ଗୁଣବତ୍ତା ପରୀକ୍ଷା ପ୍ରୋଟୋକଲ ବିଷୟରେ ବୁଝି ପାରିବେ ଯାହା ନାଗରିକ ମାନଙ୍କୁ ଆବଶ୍ୟକ ଗୁଣବତ୍ତା ସମ୍ପନ୍ନ ପାଣି ଯୋଗାଇବା ସୁନିଶ୍ଚିତ କରିବ । ଜଳ ଭିତ୍ତିଭୂମି ପ୍ରତି ମହିଳା ମାନଙ୍କ ମଧ୍ୟରେ ମାଲିକାନା ଏବଂ ସମ୍ପୃକ୍ତିର ଭାବନା ଜାଗ୍ରତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

jal_diwali

ଭାରତରେ ୩,୦୦୦ ରୁ ଅଧିକ ଜଳ ବିଶୋଧନ ପ୍ଲାଣ୍ଟ ଅଛି, ଯାହାର ଜଳ ବିଶୋଧନ କ୍ଷମତା ୬୫,୦୦୦ ଏମ୍‌ଏଲ୍‌ଡି ଏବଂ ପରିଚାଳନା କ୍ଷମତା ୫୫,୦୦୦ ଏମ୍‌ଏଲ୍‌ଡିରୁ ଅଧିକ ରହିବ ବୋଲି ପରିକଳ୍ପନା କରାଯାଇଛି । ଏହି ଅଭିଯାନ ସମୟରେ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ୫୫୦ ରୁ ଅଧିକ ଜଳ ବିଶୋଧନ ପ୍ଲାଣ୍ଟ ପରିଦର୍ଶନ କରିବେ, ଯାହାର ମିଳିତ କାର୍ଯ୍ୟକ୍ଷମ କ୍ଷମତା ୨୦,୦୦୦ ଏମ୍‌ଏଲ୍‌ଡି (ଦେଶର ସମୁଦାୟ ୩୫%ରୁ ଅଧିକ) ।

ମହିଳାମାନେ ଘରୋଇ ଜଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ମହିଳା ମାନଙ୍କୁ ଜଳ ବିଶୋଧନ ପ୍ରକ୍ରିୟା ଏବଂ ଭିତ୍ତିଭୂମି ସମ୍ପର୍କିତ ଜ୍ଞାନ ଦ୍ୱାରା ସଶକ୍ତ କରି, ଏମ୍‌ଓଏଚ୍‌ୟୁଏ ସେମାନଙ୍କ ପରିବାର ପାଇଁ ସୁରକ୍ଷିତ ଏବଂ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ପାରମ୍ପରିକ ଭାବରେ ପୁରୁଷ ପ୍ରଧାନ କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣ ଏବଂ ବିବିଧତାକୁ ପ୍ରୋତ୍ସାହିତ କରି ଲିଙ୍ଗଗତ ସମାନତା ପ୍ରସଙ୍ଗର ସମାଧାନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ ।

"ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ", "ଜଳ ଦୀପାବଳି" ର ପ୍ରଥମ ପର୍ଯ୍ୟାୟରେ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ (ଆଦର୍ଶ ଆଚରଣ ବିଧି ଅଧୀନରେ ୫ଟି ରାଜ୍ୟକୁ ବାଦ୍ ଦେଇ) ଅଂଶଗ୍ରହଣ କରିବେ, ଯେଉଁଥିରେ ଦେଶବ୍ୟାପୀ ୧୫,୦୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଭାଗ ନେବେ ବୋଲି ଆଶା କରାଯାଉଛି । ଏହି ଅଭିଯାନର ପ୍ରମୁଖ କ୍ଷେତ୍ର ଗୁଡ଼ିକ ମଧ୍ୟରେ ରହିଛି :

୧. ଜଳ ବିଶୋଧନ ପ୍ଲାଣ୍ଟର କାର୍ଯ୍ୟକାରିତା ଏବଂ ଜଳ ପରୀକ୍ଷଣ ସୁବିଧା ବିଷୟରେ ମହିଳା ମାନଙ୍କୁ ପରିଚିତ କରାଇବା

୨. ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ମାରକୀ ଏବଂ ପ୍ରବନ୍ଧ ମାଧ୍ୟମରେ ଅନ୍ତର୍ଭୁକ୍ତିକରଣ ଏବଂ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା

୩. ଅମୃତ ଯୋଜନା ଏବଂ ଜଳ ଭିତ୍ତିଭୂମି ଉପରେ ଏହାର ପ୍ରଭାବ ବିଷୟରେ ମହିଳା ମାନଙ୍କୁ ପରିଚିତ କରାଇବା ଏବଂ ଶିକ୍ଷିତ କରିବା

ଏହି ଅଭିଯାନର ଆଶାନୁରୂପ ଫଳାଫଳ ମଧ୍ୟରେ ଜଳ ବିଶୋଧନ ବିଷୟରେ ସଚେତନତା ଏବଂ ଜ୍ଞାନ ବୃଦ୍ଧି, ମାଲିକାନା ଏବଂ ଦାୟିତ୍ୱବୋଧର ଭାବନା, ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା, ସ୍ୱୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ, ସକାରାତ୍ମକ ଗୋଷ୍ଠୀ ପ୍ରଭାବ ଏବଂ ଭବିଷ୍ୟତ ପଦକ୍ଷେପ ପାଇଁ ମଡେଲ ଅନ୍ତର୍ଭୁକ୍ତ ।

ଅମୃତ ଏବଂ ଏନୟୁଏଲ୍‌ଏମ୍‌ର ରାଜ୍ୟ ଏବଂ ସହର ଅଧିକାରୀମାନେ ଡବ୍ଲୁଟିପି ଚିହ୍ନଟ କରି ଏହି ଗସ୍ତକୁ ସୁବିଧା ପ୍ରଦାନ କରିବେ । ଏମ୍‌ଓଏଚ୍‌ୟୁଏ ସମସ୍ତ ରାଜ୍ୟ ଏବଂ ସହର ଅଧିକାରୀ ମାନଙ୍କୁ ଏହି ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ସମର୍ଥନ କରିବାକୁ ଆହ୍ୱାନ କରିଛି, ଯାହା ଅମୃତ ଅଧୀନରେ ଜଳ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+