ଝିଅକୁ ଦୁଷ୍କର୍ମ ମାମଲା, ସୈତାନ ବାପାକୁ ୨୦ ବର୍ଷ ଜେଲ୍ଦଣ୍ଡ
ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ୨୦୨୪ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ବାପା ପ୍ରଶାନ୍ତ ଦାସଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ ଜଜ। ୧୮ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ମାସ ରାୟ ପ୍ରକାଶ। ପିଡିତାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।

ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଭଦ୍ରଶ୍ୱର ଅଞ୍ଚଳରେ ଘଟିଥିଲା ଏହି ଘଟଣା। ନାବାଳିକା ନିଜ ସାଙ୍ଗ ସହିତ ଖେଳୁଥିବା ସମୟରେ ଲିଟୁ ପାତ୍ର ଚକଲେଟ ଲୋଭ ଦେଖାଇ ନିଜ ଘରକୁ ନେଇ ଯାଇଥିଲା । ଏହାପରେ ପିଡ଼ିତାକୁ ନିଜ ଘରେ ଦୁଷ୍କର୍ମ କରିଥିଲା। ପିଡ଼ିତାର ଅବସ୍ଥା ଦେଖି ତାର ମା ଏ ସମ୍ପର୍କରେ ଘଟଣାର ପରଦିନ ଏ ନେଇ ଭଦ୍ରଶ୍ୱର ଥାନାରେ ସେପ୍ଟେମ୍ବର ୧୭ ତାରିଖରେ ଅଭିଯୋଗ କରିଥିଲେ। ସେପ୍ଟେମ୍ବର ୧୯ ତାରିଖରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ଅଭିଯୁକ୍ତ ଜେଲରେ ରହି ଆସିଛି । ଏହି ଘଟଣାରେ ନଭେମ୍ବର ୧୫ ତାରିଖରେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ସ୍ୱତନ୍ତ୍ର ସରକାରୀ ଓକିଲ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।












Click it and Unblock the Notifications