ପୌରାଧ୍ୟକ୍ଷାଙ୍କ ଫାଇଲ ଫୋପାଡିବା ଘଟଣା: ଭିଡିଓ ଭାଇରାଲ ପରେ କହିଲେ, ସେ ଦୂରରେ ବସିଥିଲେ, ତେଣୁ ମୁଁ....
ପୌର ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଫାଇଲ ଫୋପାଡିବା ଘଟଣା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ଏବେ ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ।
ଯାଜପୁର: ପୌର ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଫାଇଲ ଫୋପାଡିବା ଘଟଣା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ଏବେ ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ସେ କହିଛନ୍ତି ଯେ, ସେ (ପୌର ଅଧିକାରୀ) ଦୂରରେ ବସିଥିଲେ, ମୁଁ ତାଙ୍କୁ ଫାଇଲ ଫେରେଇ ଦେଇଥିଲି । ଘଟଣାକୁ ଏମିତି ଅଲଗା ପ୍ରକାର ନେଲେ, କେମିତି ହେବ ।

କହିରଖୁ ଯେ, ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ପୌର ଅଧିକାରୀ ଅଶୋକ ରାଉତଙ୍କୁ ଦୁବ୍ୟହାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପୌରାଧ୍ୟକ୍ଷା ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ସୂଚନା ମୁତାବକ ୮ ନଂ ଓ୍ବାର୍ଡରେ ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ NOC ଦେବାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ବାୟୋମାଟ୍ରିକ ମେସିନ୍ ସଂଯୋଗ ଓ ଜିଓ ଟାୱାର ସ୍ଥାପନ ନେଇ ଏହି ଘଟଣା ଘଟିଥିବା କହିଛନ୍ତି ପୌର ଅଧିକାରୀ । ୮ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ ପାଇଁ ୱାର୍ଡବାସୀ ଅନୁରୋଧ କରିଥିଲେ ।
ପୌରପରିଷଦ ପକ୍ଷରୁ ଏନେଇ ତଦନ୍ତ କରାଯାଇ ପୌରନିର୍ବାହୀ ଅଧିକାରୀଙ୍କ ଅନୁମତି ସହ କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଥିଲେ । ହେଲେ ୱାର୍ଡର ଅନ୍ୟ କିଛି ଲୋକ କିନ୍ତୂ ଏହାକୁ ବିରୋଧ କରିବା ସହ ପୌରାଧ୍ୟକ୍ଷାଙ୍କୁ ଜଣାଇଥିଲେ । ଘଟଣା ନେଇ ଉଭୟ ପୌରଧ୍ୟକ୍ଷା ଓ ପୌର ଅଧିକାରୀ ଆଲୋଚନା ସମୟରେ ଉତକ୍ଷିପ୍ତ ହୋଇଯାଇ ଥିଲେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ଗାଳିଗୁଲଜ କରିବା ସହିତ ପୌରଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିଥିଲେ ।
ତେବେ ଏହି ଘଟଣା ପରେ ପ୍ରତିକ୍ରିୟା ରଖି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ କହିଛନ୍ତି ଯେ, ଟ୍ୱାୱାର ବସାଇବାକୁ ନେଇ ଲୋକମାନଙ୍କ ବିରୋଧ ପରେ ମୁଁ ନିର୍ବାହି ଅଧିକାରୀଙ୍କୁ କ୍ଷେତ୍ର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲି । ସେ ସେଠାକାର ପରିସ୍ଥିତି ତର୍ଜମା କରିବା ପରେ ସେଠାରେ ଟାୱାର ବସିବା ଉଚିତ୍ ନୁହେଁ ବୋଲି ମୋତେ କହିଥିଲେ । ମାତ୍ର ପରବର୍ତ୍ତି ସମୟରେ ସେ ଟାୱାର ବସାଇବା ପାଇଁ ଏନଓସି ଦେଇଥିଲେ ଏବଂ ସେଥିରେ ତାଙ୍କର ଦସ୍ତଖତ ମଧ୍ୟ ଥିଲା । ମାତ୍ର ମୁଁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଲେ । ଫଳରେ ମୋ ମନରେ ବିରକ୍ତି ଭାବ ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି ପୌରାଧ୍ୟକ୍ଷା ।












Click it and Unblock the Notifications