Get Updates
Get notified of breaking news, exclusive insights, and must-see stories!

ମଶାଣୀ ମାଟି ତଳେ ଲୁଚିଛି କି ସତ ? ; ମାଟି ଖୋଳି ଯୁବତୀଙ୍କ ମୃତଦେହ କାଢିଲା ଯାଜପୁର ପୋଲିସ

ଧର୍ମଶାଳା ଥାନା ଅରୁହା ଗାଁର ସ୍ୱର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କ ମୃତ୍ୟୁ ମାମଲାରେ ମଶାଣି ଖୋଳି ମୃତଦେହ ଜବତ କରିଛି ସ୍ଥାନୀୟ ପୋଲିସ ।

ଯାଜପୁର: ଆକଷ୍ମିକ ମୃତ୍ୟୁ ନାଁ ଆତ୍ମହତ୍ୟା ? ମଶାଣୀ ମାଟି ତଳେ ଲୁଚି ରହିଛି କି ସବୁ ସତ ? ଘଟଣାକୁ ଭିନ୍ନ ଏକ ମୋଡ ଦେବାକୁ ପ୍ରୟାଶ ଥିଲା କି ? ଧର୍ମଶାଳା ଥାନା ଅରୁହା ଗାଁର ସ୍ୱର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କ ମୃତ୍ୟୁ ମାମଲାରେ ମଶାଣି ଖୋଳି ମୃତଦେହ ଜବତ କରିଛି ସ୍ଥାନୀୟ ପୋଲିସ । ତେବେ ପୋଲିସର ଏହି ଖୋଳତାଡ ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଉଙ୍କିମାରୁଛି ଏମିତି କିଛି ପ୍ରଶ୍ନ ।

Jajpur Police

ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ। ଏହି ଖବର ପୋଲିସ ପାଖରେ ପହଞ୍ଚିଥିଲା । ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ପୋଲିସ ମୃତ ଯୁବତୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନରେ ମାଟି ଖୋଳି ଶବ ଉଦ୍ଧାର କରିଛି ଯାଜପୁର ପୋଲିସ। ତେବେ ମୃତ ଉପାସନା ଜେନାଙ୍କ ବୟସ ମାତ୍ର ୨୨ ବର୍ଷ ।

ମୃତଦେହକୁ ବାହର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘରେ ବିଧବା ମା' ଓ ଭାଇ ରହୁଥିବା ବେଳେ ଯୁବତୀଙ୍କର କିଭଳି ମୃତ୍ୟୁ ହେଲା ତାକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+