କୋରେଇ ଟ୍ରେନ୍ ଦୁର୍ଘଟଣା: ମିଳିଲା ମୃତକଙ୍କ ପରିଚୟ

ଯାଜପୁର କରୋଇ ରେଳ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ତିନି ଜଣ ମଧ୍ୟରେ ରହିଛନ୍ତି ମାଆ ଝିଅ । ଟ୍ରେନ୍ ଅପେକ୍ଷାରେ ମାଆ ଓ ଝିଅ ପାର୍ବତୀ ବିନ୍ଧାଣୀ, କଣ୍ଢେଇ ବିନ୍ଧାଣୀ ଅପେକ୍ଷା କରି ରହିଥିଲେ ।

ଯାଜପୁର: ଯାଜପୁର କରୋଇ ରେଳ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ତିନି ଜଣ ମଧ୍ୟରେ ରହିଛନ୍ତି ମାଆ ଝିଅ । ଟ୍ରେନ୍ ଅପେକ୍ଷାରେ ମାଆ ଓ ଝିଅ ପାର୍ବତୀ ବିନ୍ଧାଣୀ, କଣ୍ଢେଇ ବିନ୍ଧାଣୀ ଅପେକ୍ଷା କରି ରହିଥିଲେ । ତାଙ୍କ ସହିତ ସେଠାରେ ଆଉ ଜଣେ ମହିଳା ଆବାଜୁନ୍ ବିବିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ନେଇ ସିଡିଏମଓଙ୍କ ସୂଚନା ।

Jajpur Korei Train Accident

ସେପଟେ ଟ୍ରେନ୍ ଦୁର୍ଘଟଣା ପାଇଁ ୮ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି । ସେହିପରି ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ହାୱଡା-ଭୁବନେଶ୍ୱର ଜନ ଶତାଦ୍ଦୀ, ହାୱଡା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ୍, ସାଲିମାର ପୁରୀ ଏକ୍ସପ୍ରେସ୍, ପୁରୀ ସାଲିମାର ଏକ୍ସପ୍ରେସ୍, ସାଲିମାର ହାଇଦ୍ରାବାଦ୍ ଏକ୍ସପ୍ରେସ୍, କଟକ-ଭଦ୍ରକ, ଭୁବନେଶ୍ୱର-ବ୍ରହ୍ମପୁର ପେସେଞ୍ଜର ସ୍ପେଶିଆଲ, ଭୁବନେଶ୍ୱର ବାଲେଶ୍ୱର ପେସେଞ୍ଜର ସ୍ପେଶିଆଲକୁ ବାତିଲ କରାଯାଇଛି । ଯାହାପାଇଁ ସୋର ଷ୍ଟେସନରେ ମଧ୍ୟ ଅପେକ୍ଷା କରି ରହିଥିବା ଯାତ୍ରୀ ମାନେ ବହୁ ଅସୁବିଧା ଭୋଗିଛନ୍ତି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ମାନେ ଟ୍ରେନ୍ ଅପେକ୍ଷାରେ ଅଟକି ରହିଛନ୍ତି ।

ସେହିପରି ଭୁବନେଶ୍ୱର ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ହାଓ୍ୱଡା ଜନଶତାବ୍ଦୀ, ପୁରୀ-ହାଓ୍ୱଡା ଶତାବ୍ଦୀ ଏକ୍ସେପ୍ରସ୍, ବାଲେଶ୍ୱର-ଭୁବନେଶ୍ୱର ପେସେଞ୍ଜର, ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ, ଖଡଗପୁର-ଖୋର୍ଦ୍ଧା ଏକ୍ସପ୍ରେସକୁ ଆଂଶିକ ଭାବେ ବାତିଲ କରାଯାଇଛି । ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ, ଏକ୍ସପ୍ରେସ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ, ଦିବ୍ରୁଗଡ-କନ୍ୟାକୁମାରୀ, ହାଓ୍ୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ, ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ, ପୁରୀଲୀଳା-ଭିଲ୍ଲୁପୁରମ ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ୍, ତ୍ରିବେନ୍ଦ୍ରମ୍-ସାଲିମାର ଏକ୍ସପ୍ରେସ୍, ସିକନ୍ଦରାବାଦ-ହାଓ୍ୱଡା, ତିରୁପତି-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଦୁରୋନ୍ତୋ ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ଯଶିଦିହ ଏକ୍ସପ୍ରେସ, ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ, ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀର ମଧ୍ୟ ମାର୍ଗ ପରିବର୍ତ୍ତନ କରାଯାଇଛି ।

ସେପଟେ କରୋଇ ରେଳ ଦୁର୍ଘଟଣାରେ ପୂର୍ବତଟ ରେଳବାଇ ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ୍ ନମ୍ବର । କରୋଇ ଷ୍ଟେସନ- ୮୪୫୫୮୮୯୯୦୫, ଭୁବନେଶ୍ୱର ପାଇଁ- ୦୬୭୪-୨୫୩୪୦୨୦ । ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ନମ୍ବର ୦୬୭୪-୨୪୯୨୨୪୫ ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ ଟା ୪୪ ମିନିଟରେ ଏକ ମାଲବାହୀ ଟ୍ରେନ୍ ଭାରସ୍ୟାମ ହରାଇ ଯାଜପୁର କୋରେଇ ଷ୍ଟେସନରେ ପଶିଯାଇଥିଲା । ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ଏହି ବଗି ଗୁଡିକ ମଧ୍ୟରୁ ପ୍ରାୟ ୩ରୁ ୪ଟି ବଗି ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡି ଯାଇଥିଲା । ସେହି ସମୟରେ ବହୁ ଲୋକ ସେଠି ଟ୍ରେନକୁ ଅପେକ୍ଷା କରି ଛିଡା ହୋଇଥିଲେ । ଘଟଣା ସ୍ଥଳରେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣା ପାଇଁ ୮ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଥିବା ବେଳେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+