ଯାଜପୁର କୋରେଇ ଷ୍ଟେସନ ଅଘଟଣ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର କୋରେଇ ଷ୍ଟେସନ ଅଘଟଣ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯାଜପୁର କୋରେଇ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।
ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) November 21, 2022

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ ଟା ୪୪ ମିନିଟରେ ଏକ ମାଲବାହୀ ଟ୍ରେନ୍ ଭାରସ୍ୟାମ ହରାଇ ଯାଜପୁର କୋରେଇ ଷ୍ଟେସନରେ ପଶିଯାଇଥିଲା । ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ଏହି ବଗି ଗୁଡିକ ମଧ୍ୟରୁ ପ୍ରାୟ ୩ରୁ ୪ଟି ବଗି ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡି ଯାଇଥିଲା । ସେହି ସମୟରେ ବହୁ ଲୋକ ସେଠି ଟ୍ରେନକୁ ଅପେକ୍ଷା କରି ଛିଡା ହୋଇଥିଲେ । ଘଟଣା ସ୍ଥଳରେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀ ଓ ଆରପିଏଫ କର୍ମଚାରୀ ନିୟୋଜିତ ଅଛନ୍ତି ।












Click it and Unblock the Notifications