ଯାଜପୁର କୋରେଇ ଦୁର୍ଘଟଣା: ୮ଟି ଟ୍ରେନ୍ ବାତିଲ୍, ଦେଖନ୍ତୁ କେଉଁ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି

ଯାଜପୁର କୋରେଇ ଦୁର୍ଘଟଣା: ୮ଟି ଟ୍ରେନ୍ ବାତିଲ୍, ଦେଖନ୍ତୁ କେଉଁ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି

ଯାଜପୁର: ଯାଜପୁର କୋରେଇ ମାଲବାହୀ ଟ୍ରେନ୍ ଦୁର୍ଘଟଣା । ୮ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି । ସେହିପରି ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ହାୱଡା-ଭୁବନେଶ୍ୱର ଜନ ଶତାଦ୍ଦୀ, ହାୱଡା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ୍, ସାଲିମାର ପୁରୀ ଏକ୍ସପ୍ରେସ୍, ପୁରୀ ସାଲିମାର ଏକ୍ସପ୍ରେସ୍, ସାଲିମାର ହାଇଦ୍ରାବାଦ୍ ଏକ୍ସପ୍ରେସ୍, କଟକ-ଭଦ୍ରକ, ଭୁବନେଶ୍ୱର-ବ୍ରହ୍ମପୁର ପେସେଞ୍ଜର ସ୍ପେଶିଆଲ, ଭୁବନେଶ୍ୱର ବାଲେଶ୍ୱର ପେସେଞ୍ଜର ସ୍ପେଶିଆଲକୁ ବାତିଲ କରାଯାଇଛି ।

Jajpur Karoi Goods Train Accident

ସେହିପରି ଭୁବନେଶ୍ୱର ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ହାଓ୍ୱଡା ଜନଶତାବ୍ଦୀ, ପୁରୀ-ହାଓ୍ୱଡା ଶତାବ୍ଦୀ ଏକ୍ସେପ୍ରସ୍, ବାଲେଶ୍ୱର-ଭୁବନେଶ୍ୱର ପେସେଞ୍ଜର, ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ, ଖଡଗପୁର-ଖୋର୍ଦ୍ଧା ଏକ୍ସପ୍ରେସକୁ ଆଂଶିକ ଭାବେ ବାତିଲ କରାଯାଇଛି । ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ, ଏକ୍ସପ୍ରେସ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ, ଦିବ୍ରୁଗଡ-କନ୍ୟାକୁମାରୀ, ହାଓ୍ୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ, ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ, ପୁରୀଲୀଳା-ଭିଲ୍ଲୁପୁରମ ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ୍, ତ୍ରିବେନ୍ଦ୍ରମ୍-ସାଲିମାର ଏକ୍ସପ୍ରେସ୍, ସିକନ୍ଦରାବାଦ-ହାଓ୍ୱଡା, ତିରୁପତି-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଦୁରୋନ୍ତୋ ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ଯଶିଦିହ ଏକ୍ସପ୍ରେସ, ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ, ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀର ମଧ୍ୟ ମାର୍ଗ ପରିବର୍ତ୍ତନ କରାଯାଇଛି ।

ସୂଚନା ଅନୁସାରେ, ବର୍ତ୍ତମାନ ମଧ୍ୟ ଅନେକ ଲୋକ ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି । ଟ୍ରେନ୍ ଧକ୍କାରେ ଫ୍ଲାୟ ଓଭରର କିଛି ଅଂଶ ମଧ୍ୟ ଭାଙ୍ଗି ଯାଇଛି । ଆଜି ସକାଳ ପ୍ରାୟ ୬ ଟା ୪୪ ମିନିଟରେ ଏକ ମାଲବାହୀ ଟ୍ରେନ୍ ଭାରସ୍ୟାମ ହରାଇ ଯାଜପୁର କୋରେଇ ଷ୍ଟେସନରେ ପଶିଯାଇଥିଲା । ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ଏହି ବଗି ଗୁଡିକ ମଧ୍ୟରୁ ପ୍ରାୟ ୩ରୁ ୪ଟି ବଗି ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡି ଯାଇଥିଲା । ସେହି ସମୟରେ ବହୁ ଲୋକ ସେଠି ଟ୍ରେନକୁ ଅପେକ୍ଷା କରି ଛିଡା ହୋଇଥିଲେ । ଟ୍ରେନଟି ମାଡ଼ି ଆସୁଥିବାର ଦେଖି ଲୋକଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ଘଟଣା ସ୍ଥଳରେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+