ଯାଜପୁର ବସ ଦୁର୍ଘଟଣା ମାମାମ; ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି
ଯାଜପୁରରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ ତଳକୁ ଯାତ୍ରୀବାହୀ ବସ୍ ଖସିପଡିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଏବେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ବସ୍ଟି କଟକରୁ ଦୀଘା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସୁଚନା ଯୋଗ୍ୟ ଯେ, ହାତ କାଲି ରାତିରେ ଯାଜପୁରରେ ବଡ଼ଧରଣର ବସ୍ ଦୁର୍ଘଟଣା ହୋଇଥିଲା । ଏନ୍ଏଚ୍-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍। ବସ୍ଟି ପୁରୀରୁ ଦିନ ୪ଟାରୁ ବାହାରିଥିଲା। ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି।
ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସଡିଏମଓ ସୂଚନା ଦେଇଛନ୍ତି।
ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଥିଲେ।
ବସ୍ଟି ତଳକୁ ଖସିଲା ବେଳେ ଏହା ତଳେ ଲୋକମାନେ ଯିବା ଆସିବା କରୁଥିଲେ। ସେହିପରି ନିକଟରେ ଗୋଟିଏ ମାର୍କେଟ ରହିଛି। ତେଣୁ ବସ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା କୁହାଯାଉଥିଲା। କିନ୍ତୁ ସେମିତି କିଛି ବି ଘଟନି।
ଖବର ପାଇ ତୁରନ୍ତ ପୁଲିସ୍ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି। ଉଦ୍ଧାରକାରୀ ଟିମକୁ ସେମାନଙ୍କୁ ସାଧାରଣ ଲୋକମାନେ ରେସ୍କ୍ୟୁ ଅପରେସନରେ ସହାୟତା କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ ଓ ୫ଟି କ୍ରେନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।












Click it and Unblock the Notifications