ଆସନ୍ତା ୩୧ ତାରିଖରୁ ଜୟପୁର-ଭୁବନେଶ୍ୱର ବିମାନ ଚଳାଚଳ ସେବା ଆରମ୍ଭ
ଆସନ୍ତା ୩୧ ତାରିଖରୁ ଜୟପୁର-ଭୁବନେଶ୍ୱର ବିମାନ ଚଳାଚଳ ସେବା ଆରମ୍ଭ
ଭୁବନେଶ୍ୱର:ଆସନ୍ତା ୩୧ ତାରିଖରୁ ଜୟପୁର-ଭୁବନେଶ୍ୱର ବିମାନ ଚଳାଚଳ ସେବା ଆରମ୍ଭ ହେବ । ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିବ। ଏନେଇ 'ଇଣ୍ଡିଆ ଓ୍ୱାନ୍ ଏୟାର'ପକ୍ଷରୁ ଗତକାଲି ରାତିରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଯାତ୍ରୀ ମାନେ indiaoneair.com ୱେବସାଇଟକୁ ଯାଇ ମାତ୍ର ୯୯୯ ଟଙ୍କାରେ ନିଜ ଟିକେଟ ବୁକିଂ କରିପାରିବେ ।

Dear Patrons, we are extremely grateful for the overwhelming response. Bookings were open till 9th Nov & in few hours, almost all seats have been sold. Apologies if someone is unable to book & we look forward to serving you soon. Thanks for your support. Regards, IndiaOne Air. https://t.co/4dFTuWVh7c
— IndiaOne Air (@IndiaoneA) October 28, 2022
ତେବେ ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ପୂର୍ବରୁ ମିଳିସାରିଛି । ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଗତ ୨୦ ତାରିଖରେ ଅନୁମତି ମିଳିଥିଲା । ଯାହା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୩୧ତାରିଖରୁ ଏହି ବିମାନସେବା ଆରମ୍ଭ ହେବା ପାଇଁ ଯାଉଛି । ପ୍ରଥମେ ଯାତ୍ରୀ ମାନେ ମାତ୍ର ୯୯୯ ଟଙ୍କା ଦେଇ ଭୁବନେଶ୍ୱରରୁ-ଜୟପୁରକୁ ଯାତ୍ରା କରିପାରିବେ । ତେବେ ଯାତ୍ରୀ ମାନେ ଇଣ୍ଡିଆ ୱାନ ଏୟାରର ୱେବ୍ ସାଇଟ୍ରୁ ଅନ୍ଲାଇନ୍ ଟିକେଟ ବୁକ୍ କରିପାରିବେ ।












Click it and Unblock the Notifications