ଝାରସୁଗୁଡା ସବଜେଲରେ କରୋନା : 68 କଏଦୀ ସଂକ୍ରମିତ

ଝାରସୁଗୁଡାର ଉପକାରାଗାରରେ 68 ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି

ଝାରସୁଗୁଡା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଭିନ୍ନ ଜେଲ୍ ର କଏଦୀମାନେ ମଦ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜେଲ ମାନଙ୍କରେ କରୋନା ବ୍ୟାପିବାରେ ଲାଗିଛି। ବିଭିନ୍ନ ଜିଲ୍ଲାରେ ରହିଥିବା ଜେଲ୍ ଗୁଡିକରୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ପୁଣି ଥରେ ଝାରସୁଗୁଡାର ଉପକାରାଗାରରେ 68 ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଉପକାରାଗାରର ଜେଲର୍ ସୂଚନା ଦେଇଛନ୍ତି ।

କରୋନା

ବର୍ତ୍ତମାନ ସେମାନଙ୍କୁ ରଖିବା ପାଇଁ 2 ୱାର୍ଡରେ ଆଇସୋଲେସନର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମୋଟ 282 ଜଣ କଏଦୀଙ୍କର 4ଟି ପର୍ଯ୍ୟାୟରେ ନମୁନା ସଂଗ୍ରହ କରାଯାଇଥିଲା । ଏବେ ସେମାନଙ୍କର ଟେଷ୍ଟ ରିପୋର୍ଟ ସାମନାକୁ ଆସିଛି। ସେମାନଙ୍କ ମଧ୍ୟରୁ 68 ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+