For Quick Alerts
Turn On Notification  
For Daily Alerts
Oneindia App Download

ଝାରସୁଗୁଡା ସବଜେଲରେ କରୋନା : 68 କଏଦୀ ସଂକ୍ରମିତ

ଝାରସୁଗୁଡାର ଉପକାରାଗାରରେ 68 ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି

|

ଝାରସୁଗୁଡା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଭିନ୍ନ ଜେଲ୍ ର କଏଦୀମାନେ ମଦ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜେଲ ମାନଙ୍କରେ କରୋନା ବ୍ୟାପିବାରେ ଲାଗିଛି। ବିଭିନ୍ନ ଜିଲ୍ଲାରେ ରହିଥିବା ଜେଲ୍ ଗୁଡିକରୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ପୁଣି ଥରେ ଝାରସୁଗୁଡାର ଉପକାରାଗାରରେ 68 ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଉପକାରାଗାରର ଜେଲର୍ ସୂଚନା ଦେଇଛନ୍ତି ।

କରୋନା

ବର୍ତ୍ତମାନ ସେମାନଙ୍କୁ ରଖିବା ପାଇଁ 2 ୱାର୍ଡରେ ଆଇସୋଲେସନର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମୋଟ 282 ଜଣ କଏଦୀଙ୍କର 4ଟି ପର୍ଯ୍ୟାୟରେ ନମୁନା ସଂଗ୍ରହ କରାଯାଇଥିଲା । ଏବେ ସେମାନଙ୍କର ଟେଷ୍ଟ ରିପୋର୍ଟ ସାମନାକୁ ଆସିଛି। ସେମାନଙ୍କ ମଧ୍ୟରୁ 68 ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
At least 68 inmates of a sub-jail tested positive for COVID-19 in Jharsuguda district on Saturday
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X