ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଜୟ ନାରାୟଣ ମିଶ୍ର; କହିଲେ ନବୀନ ବି ବିଜେପି ଆସିବେ

ବିଜେପି ବିଧାୟକ ଜୟ ନାରାୟଣଙ୍କ ବଡ ବୟାନ । ସେ କହିଛନ୍ତି, ବିଜେପି ଯେଉଁ ଦିନ ଚାହିଁବ ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବ । ଏମିତି କି, ବିଜେଡିରେ ଗୋଟିଏ ବି ଲୋକ ରହିବେନି । ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ପଳେଇ ଆସିବେ । ଗୁରୁବାର ଗଣମାଧ୍ୟମକୁ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟ ନାରାୟଣ ।

Jai Narayan Mishra

ପ୍ରତିକ୍ରିୟା ଦେଇ ସମ୍ବଲପୁର ବିଧାୟକ କହିଛନ୍ତି ଯେ, ବିଜେପି ଚାହୁଁନି ବିଜେଡ଼ି ଭାଙ୍ଗୁ । ଆମର ଲକ୍ଷ୍ୟ ନୁହେଁ ବିଜେଡ଼ିକୁ ଶୂନ କରିବା, ତେବେ ବିଜେପି ଯେଉଁଦିନ ହୁଇସିଲ ଫୁଙ୍କିବ, ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ଦୋହରେଇ, ଜୟ ନାରାୟଣ କହିଛନ୍ତି, ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ । ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ତେବେ ବିଜେଡି ଦଳ ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳ ଥାଉ, ଦଳର ଲୋକ ବି ଦୀର୍ଘଯିବି ହୁଅନ୍ତୁ ବୋଲି କହିଛନ୍ତି ଜୟନାରାୟଣ ।

ସେପଟେ ବିଧାୟକ ଅଶୋକ ମହାନ୍ତି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ନେଇ କହିବା ପରେ, ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । ସେ କହିଛନ୍ତି, ବିଜେଡି କେବେ ବି ବିନା ଡେଣାରେ ଆକାଶରେ ଉଡିବାକୁ ବିଶ୍ୱାସ କରେ ନାହିଁ । ରାଜନୀତିରେ ବହୁତ ଚର୍ଚ୍ଚା ହୁଏ, ବହୁତ ବିତର୍କ ହୁଏ । ବହୁତ ଗଳ୍ପ ରଚନା ବା ସୃଷ୍ଟି କରାଯାଏ । ରାଜନୀତିରେ ଏହା ନୂଆ କଥା କିଛି ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+