ଆଜି ବିଜେପିରେ ମିଶିପାରନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ

ଆଜି ବିଜେପିରେ ମିଶିପାରନ୍ତି ଜୟ ଢୋଲକିଆ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ଜୟ ଢୋଲକିଆ ।ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଚର୍ଚ୍ଚା।

Jai Dholakia son of late Rajendra Dholakia may join BJP today

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ପଡ଼ିଯାଇଛନ୍ତି। ଏହି ସମୟରେ ଖବର ଆସିଛି କି ଆଜି ଭାଜପାରେ ମିଶିପାରନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଜୟ ଢୋଲକିଆ ପଦ୍ମ ଧରିପାରନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଚର୍ଚ୍ଚା ଚାଲିଛି।

୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତରେ ରହିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ ପାଇ ବିଜୟୀ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ୫୦,୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। କଂଗ୍ରେସ ଏହି ଉପର୍ନିବାଚନ ଲାଗି ଘାସିରାମଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଭାଜପା ପକ୍ଷରୁ ପୂର୍ବତନ ଏମ୍ପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ୪୪,୮୧୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଗତ ମାସ ୮ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଆସନରେ ଉପର୍ନିବାଚନ ହେବାକୁ ଯାଉଛି। ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଉପର୍ନିବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ବର୍ତ୍ତମାନ ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି। କେତେକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜୟଙ୍କୁ ଶାସକ ଭାଜପା ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବାବେଳେ ବିଜେଡି ଏହାକୁ ନେଇ ଚିନ୍ତାରେ ରହିଛି। କାରଣ ଢୋଲକିଆଙ୍କ ପରିବାରରୁ ପ୍ରାର୍ଥୀ ଦେଇ ଅନୁକମ୍ପାମୂଳକ ଭୋଟ ହାତେଇବାକୁ ବିଜେଡି ଆଶା ରଖିଛି। ହେଲେ ବିଗତ ଦିନର କେତେକ ଘଟଣା ପାଇଁ ଢୋଲକିଆଙ୍କ ପରିବାର କୁଆଡ଼େ ବିଜେଡି ଉପରେ ସେତେଟା ଭରସା କରୁ ନ ଥିବା କୁହାଯାଉଛି। ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ନୂଆପଡ଼ାରେ କିପରି କରାଯାଉଛି ତାକୁ ଦେଖିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଦଳରେ ଚର୍ଚ୍ଚା ଚାଲିଛି। କାରଣ ପଦଯାତ୍ରା ଲାଗି ଜୟ ଢୋଲକିଆଙ୍କ ପାଖକୁ ବିଜେଡି ଦଳୀୟ ପତାକା, ବ୍ୟାନର ଆଦି ସବୁ ପଠାଇ ସାରିଥିବା ବେଳେ ସେ ଏଯାଏ କାର୍ଯ୍ୟକ୍ରମ କରିନାହାନ୍ତି। ଯଦି ପଦଯାତ୍ରା ଠିକ ଭାବେ ଜୟ ଢୋଲକିଆ ନ କରନ୍ତି, ତେବେ ସବୁ ସ୍ପଷ୍ଟ ହୋଇଯିବ ବୋଲି ବିଜେଡିର କେତେଜଣ ବରିଷ୍ଠ ନେତା କହୁଛନ୍ତି। ଅନ୍ୟପଟେ ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ଶାସକ ଭାଜପା ଏହି ଉପର୍ନିବାଚନରେ କଳେବଳେ ଜିତିବାକୁ ଚେଷ୍ଟା କରିବ। ଏଭଳି ସ୍ଥିତିରେ ଜୟଙ୍କ ନୂଆଦିଲ୍ଲୀ ଗସ୍ତ ସବୁ ଦଳ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+