ଅନୁଭବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସାମ୍ବାଦିକା ଜାଗୃତି, ବର୍ଷାଙ୍କୁ କଲେ ଟାର୍ଗଟେ
କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଚର୍ଚ୍ଚା ହେଉଥିବା ସମ୍ପର୍କକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାଗୃତି।
ଭୁବନେଶ୍ୱର: ଶେଷରେ ମୁହଁ ଖୋଲିଲେ ସାମ୍ବାଦିକା ଜାଗୃତି ଶୁକ୍ଲା। କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଚର୍ଚ୍ଚା ହେଉଥିବା ସମ୍ପର୍କକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାଗୃତି। ଏନେଇ ଜାଗୃତି ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ କରି ତାଙ୍କୁ ବଦନାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚେତାବନୀ ଦେଇଛନ୍ତି।

ଜାଗୃତି ଲେଖିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକା। ସଂସଦରେ ଏମପିମାନଙ୍କ ସହ ନିୟମିତ ଭାବେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବା ହେଉଛି ମୋର କାମ। ଅନୁଭବ ମହାନ୍ତି ଏବେ ସାଂସଦ ଅଛନ୍ତି। ଆମ ଦୁହିଁଙ୍କ ମଧ୍ୟରେ କେବଳ ଏକ ପ୍ରଫେସନାଲ ସମ୍ପର୍କ ରହିଛି ଏବଂ ଉଭୟେ କେବଳ ଭଲ ବନ୍ଧୁ ମାତ୍ର। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ନେଇ ଯାହା କିଛି ବିବାଦ ଉଠିଛି ତାହା ତାଙ୍କର ବ୍ୟକ୍ତିଗତ। କିନ୍ତୁ କିଛି ଲୋକ ଟାଣିଓଟାରି ମୋତେ ଉଭୟଙ୍କ ସମ୍ପର୍କ ମଧ୍ୟକୁ ଟାଣି ଯାବତୀୟ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସୋଶାଲ ମିଡିଆରେ ମୋ ନାମରେ ଆପତ୍ତିଜନକ ମନ୍ତବ୍ୟ ଦିଅଯାଉଛି। ସୋଶାଲ୍ ମିଡିଆରେ ମୋତେ ଟ୍ରୋଲ୍ କରାଯାଉଛି। ମୋ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ। ଏଭଳି ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନଥିଲି। କିନ୍ତୁ ଏବେ ସବୁ ସୀମା ଟପିଯାଇଛି। ମୁଁ ଓ ମୋ ପରିବାର ବିଚଳିତ। ଯାହାକି ମୋର ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣିଛି ବୋଲି ଜାଗୃତି ଲେଖିଛନ୍ତି।
ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ମତ ରଖୁଛନ୍ତି । ସେମାନେ କିଭଳି ଆଉ ଜଣେ ମହିଳାଙ୍କ ପ୍ରତି ଅଶ୍ରାବ୍ୟ ଶବ୍ଦ ପ୍ରୟୋଗ କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି । ଏହା ଉପରେ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମହିଳା ଭାବେ ମୁଁ ମୋ ସମ୍ମାନ କ୍ଷୂର୍ଣ୍ଣ ହେବାକୁ ଦେବିନି ବୋଲି କହିଛନ୍ତି ଜାଗ୍ରତି ଶୁକ୍ଲା ।












Click it and Unblock the Notifications