ପୁରୀ ଓ କୋଣାର୍କ ମନ୍ଦିରର ଜଗମୋହନ ଅସୁରକ୍ଷିତ, ହାଇକୋର୍ଟଙ୍କୁ ରିପୋର୍ଟ ଦେଲେ ଆମିକସକ୍ୟୁରି

ପୁରୀ ଓ କୋଣାର୍କ ମନ୍ଦିରର ଜଗମୋହନ ଅସୁରକ୍ଷିତ ଅବସ୍ଥାରେ ରହିଛି । ନାଟମଣ୍ଡପ, ଜଗମୋହନର ମରାମତି ଜରୁରୀ । ଏମିତି ଉଦବେଗ ଜନକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି ଆମିକସକ୍ୟୁରି ।

ଭୁବନେଶ୍ୱର: ପୁରୀ ଓ କୋଣାର୍କ ମନ୍ଦିରର ଜଗମୋହନ ଅସୁରକ୍ଷିତ ଅବସ୍ଥାରେ ରହିଛି । ନାଟମଣ୍ଡପ, ଜଗମୋହନର ମରାମତି ଜରୁରୀ । ଏମିତି ଉଦବେଗ ଜନକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଜଗମୋହନରେ କିଛି ସ୍ଥାନରେ ବଡ଼ ଫାଟ ରହିଛି । ପଥର ମୂଳ ସ୍ଥାନରୁ ଖସି ଯାଇଛି, ଚୂନ ପଥର ପଲସ୍ତରା ବି ବାହାରି ଯାଇଛି । ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୋଲି ରିପୋର୍ଟରେ କୁଯାଇଛି ।

Jagmohan

ସେହିପରି କୋଣାର୍କରୁ ବାଲି କାଢ଼ିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆବଶ୍ୟକସ୍ଥଳେ ବିଶେଷଜ୍ଞଙ୍କ ଉପସ୍ଥିତିରେ ଜଗମୋହନରୁ ବାଲିକଢ଼ା କାର୍ଯ୍ୟ କରାଯାଉ। ନ‌ଚେତ୍‌ ଜଗମୋହନ ଭୁଶୁଡ଼ି ପଡ଼ିବ। ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଙ୍ଗରେ ଆମିକସ୍ କ୍ୟୁରି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛନ୍ତି ।

ବିଶ୍ବ ଐତିହ୍ୟ କୋଣାର୍କର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ହାଇକୋର୍ଟ ସଂରକ୍ଷଣ ଓ ମରାମତି କାର୍ଯ୍ୟର ତଦାରଖ କରନ୍ତୁ ବୋଲି ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆମିକସ୍ କ୍ୟୁରିଙ୍କ ରିପୋର୍ଟ ସମସ୍ତ ପକ୍ଷଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୫କୁ ମାମଲା ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ସେପଟେ ଗତ ସେପ୍ଟେମ୍ବର ୧୭ ତାରିଖରେ ଆମିକସ୍‌କ୍ୟୁରୀ ଶ୍ରୀମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ASI ଓ ଶ୍ରୀମନ୍ଦିର ପ୍ରଶାସନ ସହ ଏନେଇ ଆଲୋଚନା ବି ହୋଇଥିଲା । ଜଗମୋହନ ଦୁର୍ବଳ ଓ ନାଟମଣ୍ଡପ ବିମ୍‌ରେ ଫାଟ ସମ୍ପର୍କରେ IIT ମାଡ୍ରାସ୍ ଦେଇଥିବା ଅନୁଧ୍ୟାନ ରିପୋର୍ଟକୁ ସେତେବେଳେ ଦର୍ଶାଇଥିଲେ ଆଞ୍ଚଳିକ ASI ମୁଖ୍ୟ ଅରୁଣ ମଲ୍ଲିକ । ତେବେ ୨୦୧୮ ଅଗଷ୍ଟ ମାସରୁ ମରାମତି କାମ ହୋଇନଥିବା କହିଛନ୍ତି ଆମିକସ୍‌କ୍ୟୁରୀ । ହାଇକୋର୍ଟରେ ଆମିକସ୍‌କ୍ୟୁରୀଙ୍କ ଏହି ରିପୋର୍ଟ ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+