ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚଢାଉ
ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର । ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳାଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଇଛି ।
ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳାଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଇଛି ।

ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚାମ୍ବର, ଭଡାଘର, ସମ୍ପର୍କୀୟ ଘର, ବାଲିଆପାଳ ନଈଘାଟିରେ ଥିବା ପୈତୃକ ଘର ସମେତ ୯ଟି ସ୍ଥାନରେ ଏକା ସାଙ୍ଗରେ ଛାନଭିନ ଜାରି ରଖିଛନ୍ତି ଭିଜିଲାନ୍ସର ୨୨ ଜଣିଆ ଟିମ୍ । ଭିଜିଲାନ୍ସ ବିଭାଗର ୨ ଜଣ ଡିଏସପିଙ୍କ ନେତୃତ୍ୱରେ ଚାଲିଛି ଚଢାଉ । ସେହିପରି ଏହି ଟିମରେ ୧୪ ଜଣ ଇନସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟକର୍ମଚାରୀମାନେ ସାମିଲ ଅଛନ୍ତି ।
ତେବେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱରର ୩ଟି ସ୍ଥାନ, ବାଲେଶ୍ୱରର ୩ଟି ସ୍ଥାନରେ, ଜଗତସିଂହପୁରରେ ୨ଟି ସ୍ଥାନରେ, ସୋନପୁର ସ୍ଥିତ ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ଚିତ୍ତରଞ୍ଜନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା ଯାହା ପରେ ଆଜି ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ ପାଇଁ ତାଙ୍କ ଘରେ ଚଢାଉ କରିଥିଲା ।












Click it and Unblock the Notifications