ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳା
ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳା ।
ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଦିନ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ନିଜ ଆୟ ତୁଳନାରେ ୧୯୧% ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ ।

ଚିତ୍ତରଞ୍ଜନ ପିଳାଙ୍କ ୫ଟି ଫ୍ଲାଟ୍ ରହିଛି । ଭୁବନେଶ୍ୱରର ଗାଡ଼କଣା, ଭରତପୁର ଏବଂ ମଞ୍ଚେଶ୍ୱର ଅଞ୍ଚଳରେ ରହିଛି । ସେହିପରି ବାଲେଶ୍ୱର ସୁନାହାଟ ଅଞ୍ଚଳରେ ତାଙ୍କର ୨ଟି ଫ୍ଲାଟ୍ ରହିଛି । ସେହିପରି ସୋନପୁର ସହରରେ ଏବଂ ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ନଈଘାଟ ଅଞ୍ଚଳରେ ତାଙ୍କର ଦୁଇ ମହଲା କୋଠା ରହିଛି ।
ତେବେ ମଙ୍ଗଳବାର ଦିନ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା । ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚାମ୍ବର, ଭଡାଘର, ସମ୍ପର୍କୀୟ ଘର, ବାଲିଆପାଳ ନଇଘାଟିରେ ଥିବା ପୈତୃକ ଘର ସମେତ ୯ଟି ସ୍ଥାନରେ ଏକା ସାଙ୍ଗରେ ଛାନଭିନ କରାଯାଇଥିଲା । ଭିଜିଲାନ୍ସର ୨୨ ଜଣିଆ ଟିମ୍ ଯେଉଁଥିରେ ଭିଜିଲାନ୍ସ ବିଭାଗର ୨ ଜଣ ଡିଏସପିଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା ।












Click it and Unblock the Notifications