ଧବଳେଶ୍ଵରଙ୍କ ପୀଠରେ ରାତି ୧ଟାରେ ଉଠିବ ମହାଦୀପ
ଆଗକୁ ଆସୁଛି ଜାଗର । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରଶାସନ ପକ୍ଷରୁ ଚଳିତବର୍ଷ କିଭଳି ଶାନ୍ତିଶୃଙ୍ଖଳାର ସହିତ ଜାଗର ପର୍ବ ପାଳନ କରାଯିବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଧବଳେଶ୍ଵରଙ୍କ ପୀଠରେ ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା ଦେବତ୍ତୋର ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ସଭାପତିତ୍ବରେ ବିଭିନ୍ନ ବିଭାଗର ଅଧିକାରୀ, ପୂଜକ ସମିତି, ପୁଲିସ ପ୍ରଶାସନ ଯୋଗଦେଇଥିଲେ। ଚଳିତ ବର୍ଷ ରାତ୍ର ୧ ଟାରେ ଉଠିବ ମହାଦୀପ ।

ଭୋର ୪ ଟାରୁ ନୀତିକାନ୍ତି ସମାପନ କରାଯିବା ସହ ସର୍ବସାଧାରଣ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି। ପୀଠରେ ବ୍ୟାରିକେଡ଼, ଆଲୋକିକରଣ କରାଯାଇ ଶାନ୍ତିଶୃଙ୍ଖଳା ସହ ଦର୍ଶନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି












Click it and Unblock the Notifications