ରଥଯାତ୍ରା ପୂର୍ବରୁ ଝଲସିବ ସିଂହଦ୍ୱାର : 15 କିମି ଦୂରରୁ ଦେଖାଯିବ ଶ୍ରୀମନ୍ଦିର !
ଆଲୋକୀକରଣ ହେବାପରେ ଶ୍ରୀମନ୍ଦିରକୁ 15 କିଲୋମିଟର ଦୂରତାରେ ରହୁଥିବା ଲୋକମାନେ ଦେଖିପାରିବେ । ଏହା ବ୍ୟତୀତ ଭୋଗ ମଣ୍ଡପ, ନାଟ ମଣ୍ଡପ ଏବଂ ମନ୍ଦିରର ଚାରୋଟି ଦ୍ୱାରରେ ବିସ୍ତୃତ ଆଲୋକ ବ୍ୟବସ୍ଥା ମଧ୍ୟ କରାଯିବ ।
ପୁରୀ : ଆଲୋକରେ ଝଲସି ଉଠିବ ସିଂହଦ୍ୱାର । ଶ୍ରୀମନ୍ଦିରରେ ଭିତର ଓ ବାହାରେ ହେବ ଆଲୋକୀକରଣ । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଏଏସ୍ଆଇର ଏକ ବୈଷୟିକ ଦଳ ଆଜି ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମନ୍ଦିରକୁ ଆଲୋକିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପକୁ ଯାଞ୍ଚ କରିଛି ।

ଏଥିସହିତ ଯେଉଁ ସମସ୍ତ ସ୍ଥାନରେ ଆଲୋକୀକରଣ ହେବ ତାହା ମଧ୍ୟ ଅନୁଧ୍ୟାନ କରିଛି ଏଏସଆଇ । ମୁଖ୍ୟ ମନ୍ଦିରକୁ ଆଲୋକିତ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ର ନିଷ୍ପତ୍ତି ପରେ ASI ଦଳର ଏହି ଗସ୍ତରେ ଆସିଥିବା ଜଣାପଡିଛି ।
ମନ୍ଦିରର ଉପର ଅଂଶ ଧ୍ୱଜା, ଦଧି ନଉତି, ଅଁଳା ବେଢା ଏବଂ ମୁଖ୍ୟ ମନ୍ଦିର ବିଭିନ୍ନ ରଙ୍ଗରେ ଆଲୋକିତ କରିଯିବ । ବଡକଥା ହେଉଛି ଏହି ଆଲୋକୀକରଣ ହେବାପରେ ଶ୍ରୀମନ୍ଦିରକୁ 15 କିଲୋମିଟର ଦୂରତାରେ ରହୁଥିବା ଲୋକମାନେ ଦେଖିପାରିବେ । ଏହା ବ୍ୟତୀତ ଭୋଗ ମଣ୍ଡପ, ନାଟ ମଣ୍ଡପ ଏବଂ ମନ୍ଦିରର ଚାରୋଟି ଦ୍ୱାରରେ ବିସ୍ତୃତ ଆଲୋକ ବ୍ୟବସ୍ଥା ମଧ୍ୟ କରାଯିବ ।












Click it and Unblock the Notifications