୧୫ରୁ ୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର; ବିଦ୍ୟୁତ ପଳାଇବା ପରେ ଫେଲ୍ ମାରିଲା ପାୱାର ବ୍ୟାକଅପ୍ ବ୍ୟବସ୍ଥା
ପୁରୀ: ୧୫ରୁ ୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର । ବିଦ୍ୟୁତ ପଳାଇବା ପରେ ଫେଲ୍ ମାରିଲା ପାୱାର ବ୍ୟାକଅପ୍ ବ୍ୟବସ୍ଥା । ମିନି ଇନଭର୍ଟରରେ ଆଲୋକିତ ରହିଥିଲା ଶ୍ରୀମନ୍ଦିରର କିଛି ଅଞ୍ଚଳ । ଅନ୍ଧାକାର ଭିତରେ ଭକ୍ତମାନେ ଭିତରକୁ ଯାଇଥିଲେ। ବନକ ଲାଗି ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ଫେରୁଥିଲେ। ଏହି ସମୟରେ ଏପରି ଘଟଣା ଘଟିଥିଲା।
ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା। ତେବେ ମିନି ଇନଭର୍ଟରରେ ଆଲୋକିତ ରହିଥିଲା ଶ୍ରୀମନ୍ଦିରର କିଛି ଅଞ୍ଚଳ । କିନ୍ତୁ ବାକି ଅଞ୍ଚଳଗୁଡ଼ିକରେ ପ୍ରାୟ ୨୦ ମିନିଟ୍ ଧରି ଅନ୍ଧକାର ଭିତରେ ଯାତାୟାତ କରିଥିଲେ ଶ୍ରଦ୍ଧାଳୁ ।

ପ୍ରାୟ ୨୦ ମିନିଟ୍ ଧରି ଅନ୍ଧକାର ଭିତରେ ଯାତାୟାତ କଲେ ଶ୍ରଦ୍ଧାଳୁ । ପାୱାର ଟ୍ରିପ୍ ଯୋଗୁଁ ସମସ୍ୟା ହୋଇଥିଲା କହିଲେ ଉନ୍ନୟନ ପ୍ରଶାସକ । ବିଜୁଳି କଟିଯିବାରୁ ଶ୍ରୀମନ୍ଦିର ବାହାର ଠାରୁ ଭିତର ପର୍ଯ୍ୟନ୍ତ ଅନ୍ଧକାର ହୋଇଯାଇଥିଲା। ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ଠାରୁ ବାଇଶି ପାହାଚ ଓ ଭିତର ଗୁମୁଟ ପୂରା ଅନ୍ଧାର ଭିତରେ ରହିଥିଲା।
୨୦ମିନିଟ ଧରି କିଛି ମିନି ଇନଭର୍ଟର ଲାଇଟ ଓ ଦୀପ ଲାଇଟରେ ଭକ୍ତ ମାନେ ଯାତାୟାତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପାୱାର ବ୍ୟାକ ଫେଲ ମାରିବା ଯୋଗୁ ବିଜୁଳି ଚାଲି ଯାଇଥିଲା। କିନ୍ତୁ ପଶ୍ଚମ ଦ୍ୱାରରେ ଲାଗିଥିବା ଇନଭର୍ଟର ଚାଲିବା କଥା। ଏହା ମଧ୍ୟ ଫେଲ ମାରିଥିଲା। ଫଳରେ ବିଦ୍ୟୁତ ବିନା ମନ୍ଦିର ଅନ୍ଧକାର ହୋଇଯାଇଥିଲା। ତେବେ ପାୱାର ଟ୍ରିପ୍ ଯୋଗୁ ସମସ୍ୟା ହୋଇଥିଲା ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।












Click it and Unblock the Notifications