ଶ୍ରୀମନ୍ଦିର ରତ୍ନଭଣ୍ତାର ଲେଜର ସ୍କାନିଂ ଆରମ୍ଭ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ତାରରେ ଲେଜର ସ୍କାନିଂ ଆରମ୍ଭ । ୧୫ ଜଣିଆ ଏକ ଟିମକୁ ନେଇ ଲେଜର ସ୍କାନିଂ ହେଉଛି । ଅର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ଏଥରେ ସାମିଲ ଥିବା ନେଇ ସୂଚନା ମିଳିଛି । ସ୍କାନିଂ ସମୟରେ ASI କୋର୍ କମିଟିର ସଦସ୍ୟ , ଶ୍ରୀମନ୍ଦିର ବୈଷୟିକ ଦଳ ଉପସ୍ଥିତ ଅଛନ୍ତି । ତେବେ ସ୍କାନିଂ ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ରତ୍ନଭଣ୍ତାର ଖୋଲିବା, ମରାମତି କରିବା ସହ ରତ୍ନ ଗଣତି କରିବା ନେଇ ଗଜପତି ମହାରାଜ ବିଭିନ୍ନ ଅନୁଷ୍ଠାନ ଏବଂ ସେବାୟତଙ୍କ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ଶେଷରେ ପ୍ରଶାସନ ଶ୍ରୀମନ୍ଦିରର ବାହାର କାନ୍ଥର ସ୍କାନିଂ କାର୍ଯ୍ୟ ଆରମ୍ଭ କରିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଲେଜର ସ୍କାନିଂ କାର୍ଯ୍ୟ ଆରମ୍ଭ କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।












Click it and Unblock the Notifications