ଶ୍ରୀମନ୍ଦିର ଭକ୍ତନିବାସ ଠକେଇ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ !
Puri News: ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲାଯାଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଠକାଯାଉଥିଲା । ଅନେକ ଲୋକ ଓ ପର୍ଯ୍ୟଟକ ଭକ୍ତନିବାସ ପାଇଁ ପଞ୍ଜୀକରଣ କରି ପୁରୀ ଆସିବା ପରେ ଠକାମିର ଶିକାର ହେଉଥିବା ଅଭିଯୋଗ କରାଯାଇଛି । ଏନେଇ ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଠକମାନଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରାଇମ୍ବ୍ରାଞ୍ଚକୁ ଚିଠି ଲେଖାଯାଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ୱେବସାଇଟ୍ www.srijagannath.in ଏବଂ www.satyapurijagannath.in ମାଧ୍ୟମରେ ଭକ୍ତ ନିବାସଗୁଡିକର ବୁକିଂ ହୋଇଥାଏ ହେଲେ କିଛି ଲୋକ ନକଲି ୱେବସାଇଟ୍ ଖୋଲି ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଛି । ଯାହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଏହି ମାମଲାର ଯାଞ୍ଚ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି । ସେହିପରି ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍ଆଇଆର୍ଗୁଡ଼ିକର ଡାଟା ସଂଗ୍ରହ କରାଯାଉଛି ।












Click it and Unblock the Notifications