ସତ ହେଲା ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ଭବିଷ୍ୟବାଣୀ, ପୁଣି ଗଡ଼ ହାତେଇଲ ଦିଦି
ଟିଏମସିର ଏହି ବିଜୟକୁ ନେଇ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।
ଭୁବନେଶ୍ବର: ପୁଣିଥରେ ଗଡ଼ ହାତେଇଲେ ଦିଦି । ପଶ୍ଚିମବଙ୍ଗରେ ପୁଣିଥରେ ବହୁ ଭୋଟରେ ବିଜୟୀ ହୋଇଛି ଶାସକ ତୃଣମୂଳ କଂଗ୍ରେସ । ବିଜେପି ରାଜ୍ୟରେ ଦ୍ୱିତୀୟ ବୃହତ୍ତ ରାଜନୈତିକ ଦଳ ଭାବେ ଉଭା ହୋଇଛି। ତେବେ ଟିଏମସିର ଏହି ବିଜୟକୁ ନେଇ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

ସେ କହିଥିଲେ, ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଜିତିବ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ । ନିର୍ବାଚନରେ ବିଜୟ ସହିତ ପୁଣି ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖିବେ ମମତା ବାନାର୍ଜୀ। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ କୋଲକାତା ଯାଇଥିଲେ ସେ । ସେଠାରେ ମମତାଙ୍କ ବାସଭବନରେ ଶ୍ରୀ ସ୍ବାଇଁ ମହାପାତ୍ର ପୂଜା ଓ ହୋମ କରିଥିଲେ । ପଶ୍ଚିମବଙ୍ଗରୁ ଫେରିବା ପେରି ଏଭଳି ଚାଞ୍ଚଲ୍ୟକର ଭବିଷ୍ୟବାଣୀ କରିଥିଲେ ।
ତେବେ ଗତକାଲି ବିଜୟ ପରେ ଶ୍ରୀ ସ୍ବାଇଁ କହିଛନ୍ତି, ପୂଜା ପରେ ସେହି ଦିନ ହିଁ ମୁଁ ମମତା ବାନାର୍ଜୀଙ୍କୁ କହିଥିଲି, ପୂଜା ସଠିକ୍ ରୂପେ ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଡାକ ଶୁଣିବେ, ଆପଣ ନିଶ୍ଚୟ ପୁଣିଥରେ ବିଜୟୀ ହେବେ ।












Click it and Unblock the Notifications