Get Updates
Get notified of breaking news, exclusive insights, and must-see stories!

Jagannath Snana Yatra 2024: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ

Snana Yatra 2024: ଆଉ କିଛି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଏନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି 3 ରଥର କାର୍ଯ୍ୟ । ସେହିପିର ଜୁନ ୨୨ ତାରିଖରେ ପଡୁଛି ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା, ଏନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସ୍ନାନପୂର୍ଣ୍ଣିମା ଠାରୁ ଅସୁସ୍ଥ ହୋଇ ଅଣସରଘରେ ରହିବେ ଶ୍ରୀଜୀଉ ।

ମହାପ୍ରଭୁଙ୍କର ଅଣସର ନିତି ଥିବାରୁ ଏଥି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି । ଏଥିରେ ରହିଛି ବାସୁଙ୍ଗା ପାଟ, ଘଣା ଲାଗିରେ ଏହାର ଆବଶ୍ୟକତା ରହିଥିବାରୁ ଆଜି ଏହାକୁ ଅଣାଯାଇଛି । ପ୍ରାୟ ୩ କୁଇଁଣ୍ଟାଲ ବାସୁଙ୍ଗା ପାଟ କଟକ ତିଗିରିଆର ନୂଆପାଟଣାରୁ ପୁରୀରେ ପହଞ୍ଚିଛି ।

jagannath snana yatra

ଅଣସର ଗୃହରେ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳି ପ୍ରସାଦକୁ ସୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ । ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+