ଶୀଘ୍ର ଚାରିଦୁଆର ପ୍ରବେଶ ନକରାଇଲେ ଓଡିଶା ବନ୍ଦ ଡାକରା ଦେବ ଜଗନ୍ନାଥ ସେନା: ପ୍ରିୟଦର୍ଶନ ପଟ୍ଟନାୟକ
ତିନିମାସ ମଧ୍ୟରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରି ଭକ୍ତଙ୍କୁ ଚାରିଦୁଆର ଦେଇ ପ୍ରବେଶ ନକରାଇଲେ ଓଡିଶା ବନ୍ଦ ଡାକରା ଦେବ ବୋଲି କହିଛି ଜଗନ୍ନାଥ ସେନା । ଏନେଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଆଇନଜୀବୀ କମିଟି ଅନୁଧ୍ୟାନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।
ସେପଟେ ଆଉ କିଛିଦିନ ପରେ ମହାଧାର୍ମିକ ମାସ କାର୍ତ୍ତିକ ମାସ ଆରମ୍ଭ ହେଉଥିବାରୁ ଯୁଦ୍ଧକାନଳୀନ ଭିତ୍ତିରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କଲେ ବ୍ରତଧାରୀ ମାନେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ କାର୍ତ୍ତିକ ମାସ ପାଇଁ ଆଜିଠାରୁ ଅନଲାଇନ ଓ ଅଫଲାଇନ ଯୋଗେ ପଞ୍ଜିକରଣ ଆରମ୍ଭ ହୋଇଛି ।
ପୁର୍ନବାର ଜଗନ୍ନାଥ ସେନା ଓ ଆଇନଜୀବୀ ସଂଘର ଏକ କମିଟି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ପୁର୍ନବାର ତିନିମାସ ମଧ୍ୟରେ କାର୍ଯ୍ୟ ଶେଷ କରି ଭକ୍ତଙ୍କୁ ଚାରିଦୁଆର ଦେଇ ପ୍ରବେଶ କରାଇବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ନଚେତ୍ ତିନିମାସ ପରେ ଓଡିଶା ବନ୍ଦ କରିବାକୁ ସେନା ଚେତାବନୀ ଦେଇଛି ।

ସେପଟେ ଆଉ କିଛିଦିନ ପରେ କାର୍ତ୍ତିକ ମାସ ପଡୁଥିବାରୁ ପୁରୀରେ ହଜାରହଜାର ସଂଖ୍ୟାରେ ହବିଷ୍ୟାଳି ମାନେ ଭିଡ ଜମାଇବେ। ସେଥିପାଇଁ ତୁରନ୍ତ ଯୁଦ୍ଧକାନଳୀନ ଭିତ୍ତିରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରି ହବିଷ୍ୟାଳି ମା ମାନଙ୍କ ପାଇଁ ସୁବିଧା କରିବାକୁ ଦାବି ହୋଇଛି । ସେପଟେ ଖୁବଶୀଘ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଭକ୍ତଙ୍କ ସମେତ ବ୍ରତଧାରୀ ମାନେ ଉପକୃତ ହେବେ ବୋଲି କିଛି ଜଣ କହିଛନ୍ତି ।
ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ କହି ସରକାର ଭକ୍ତଙ୍କୁ ଭୂଆଁ ବୁଲାଉଥିବା ପ୍ରେସ୍ ବିଜ୍ଞପ୍ତିରେ କହିଥିଲା ଶ୍ରୀଜଗନ୍ନାଥ ସେନା । କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।












Click it and Unblock the Notifications