Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇରେ ଏତଲା ଦେଲା ଶ୍ରୀ ଜଗନ୍ନାଥ ସେନା

ସିବିଆଇରେ ପହଞ୍ଚିଲା ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଶ୍ରୀ ଜଗନ୍ନାଥ ସେନା । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋ

ଭୁବନେଶ୍ୱର: ସିବିଆଇରେ ପହଞ୍ଚିଲା ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଶ୍ରୀ ଜଗନ୍ନାଥ ସେନା । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ ସିବିଆଇରେ ଅଭିଯୋଗ କରିଛି । ଏନଏମଏର ଜାଲ୍ ଏନଓସି ଚିଠି ସର୍ବସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରଖିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ।

Parikrama Project

ତେବେ ସିବିଆଇ ମାମଲା ରୁଜୁ ନକରିଲେ, ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା । ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ସିବିଆଇ ନିଜଆଡୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରୁ ବୋଲି ବିଜୟ ମହାପାତ୍ର ଦାବି କରିଥିଲେ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସରକାର ଭୁଲ କରିଛନ୍ତି ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ଆମସାର ଆକ୍ଟ-୧୯୫୮ର ଖୋଲାଖୋଲି ଉଲ୍ଲଂଘନ ହୋଇଛି । ଯଦି ହୋଇନଥାନ୍ତା ତା ହେଲେ ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟରରୁ ବାହାରକୁ ନେବା ଲାଗି ସରକାର କହିନଥାନ୍ତେ ।

ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା । ସେ କହିଛନ୍ତି ଯେଉଁମାନଙ୍କୁ ଅର୍ଥନୈତିକ ରାଜନୀତି ଦେଖାଯାଏନି, ସେମାନେ ଏହିଭଳି କଥାକୁ ନେଇ ରାଜନୀତି କରିଥାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶାର ଜନ ସାଧାରଣଙ୍କ ଭାବାବେଗ ସହିତ ଜଡ଼ିତ । ଆମ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସୁରକ୍ଷିତ ରଖିବା ଓ ଅଧିକ ଆକର୍ଷଣୀୟ କରିବା ହେଉଛି ସରକାରଙ୍କ ପ୍ରୟାସ ।

ସେହିପରି ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ରାଜ୍ୟବ୍ୟାପୀ ଲିଫଲେଟ୍ ବଣ୍ଟନ କରାଯିବ । ପରିକ୍ରମା ପ୍ରକଳ୍ପ ବିରୋଧରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ । ଏହାସହ ରାଜ୍ୟର ସାଢ଼େ ୪ କୋଟି ଜଗନ୍ନାଥପ୍ରେମୀଙ୍କ ପାଖରେ ପହଞ୍ଚିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଏଥିପାଇଁ ହଜାର ହଜାର କାର୍ଯ୍ୟକର୍ତ୍ତା ରାଜ୍ୟର ପ୍ରତି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଲିଫଲେଟ୍ ବାଣ୍ଟିବେ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+