ଦେବସ୍ନାନ ପୂର୍ଣ୍ଣିମାରେ ଚାଲିଗଲେ ଜଗନ୍ନାଥ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ

ଜଗନ୍ନାଥ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ । ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଇହ ଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

ଭୁବନେଶ୍ୱର: ଜଗନ୍ନାଥ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ । ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଇହ ଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

Krushna chandra Patnaik

ତେବେ ସେ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣା କରି ଚର୍ଚ୍ଚା ସାଉଣ୍ଟିଥିଲେ । ତାଙ୍କ ଲିଖିତ ବହୁ ଗବେଷଣାତ୍ମକ ପୁସ୍ତକ ଚର୍ଚ୍ଚା ସାଉଣ୍ଟିଛି । ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି । ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଘର ହେଉଛି ପୁରୁଣା ଭୁବନେଶ୍ୱର ଖରାଖିଆ ବୈଦ୍ୟନାଥ ଅଞ୍ଚଳରେ। ତାଙ୍କର ଦେହାନ୍ତ ପରେ ଭୁବନେଶ୍ୱରର କାଲିଗଡ଼ିଆ ଶ୍ମଶାନରେ ଶେଷକୃତ୍ୟ ସମାପ୍ତ ହୋଇଛି।

ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକା ଧାରାରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ଓ ସମାଜସେବୀ। ତାଙ୍କର ରଚିତ ହୋଇଥିବା ପୁସ୍ତକ ଗୁଡ଼ିକ ହେଉଛି ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତି - ସନାତନ ଧର୍ମ, ଭାବାନ୍ତର, ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସ୍ୱପ୍ନ, ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀକ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+