Rath Yatra 2024 : ୧୨ ଦିନର ଲୀଳାଖେଳ ଶେଷ, ନୀଳକନ୍ଦରରେ ନୀଳାଦ୍ରିନାଥ
Rath Yatra 2024: ବଡ଼ଦାଣ୍ଡରେ ସରି ଆସିଲା ଶ୍ରୀଜୀଉଙ୍କ ଲୀଳାଖେଳା। ନୀଳକନ୍ଦରରେ ନୀଳାଦ୍ରିନାଥ। ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି । ରଥ ଉପରୁ ରତ୍ନସିଂହାସନକୁ ବିଜେ କଲେ ମହାପ୍ରଭୁ।

ରଥାରୁଢ଼ ଚତୁର୍ଦ୍ଧାମୂତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ପ୍ରବେଶ କରିଛନ୍ତି । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଯାତ୍ରା କରିଥିଲେ।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ତାଙ୍କର ଗବେଷଣାରୁ ନିଜର ପୁସ୍ତକ 'ଶ୍ରୀଜଗନ୍ନାଥଙ୍କ ବେଶ ବୈଶିଷ୍ଟ୍ୟ'ରେ ଉଲ୍ଲେଖ କରିଛନ୍ତି, ୧୨୩୨ ଖ୍ରୀଷ୍ଟାବ୍ଦରେ ସୁନାବେଶ ବା ରାଜାବେଶର ଉତ୍ପତି ହୋଇଥାଇପାରେ । ବର୍ଷକ ମଧ୍ୟରେ ମୋଟ ୫ ଥର ସୁନାବେଶ ହୁଏ । ସେଥୁମଧ୍ୟରୁ ୪ ଥର ଶ୍ରୀମନ୍ଦିର ରନ୍ ସିଂହାସନରେ ବେଶ ହେଉଥାଏ । ବିଜୟା ଦଶମୀ ବା ଦଶହରା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣ ତିଥ୍ୟରେ ରନ୍ ସିଂହାସନରେ ଶ୍ରୀଜିଉ ସୁନା ବେଶ ହୁଅନ୍ତି ।
READ MORE




















Click it and Unblock the Notifications