ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ । ଏନେଇ ଆଜି ଛତିଶାନିଯୋଗ ବୈଠକରେ ସ୍ଥିର ହୋଇଛି । ଛତିଶାନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତେବେ ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର ଦୁଇ ଟାରେ ମଙ୍ଗଳ ଆଳତୀ, ୨.୪୦ରେ ଦଶଵତାର ଠାକୁର ବାହୁଡାବିଜେ, ୩ଟାରେ ଅଣସର ତାଟି ଫିଟିବ, ୩.୪୫ରେ ଦଇତାପତି ସର୍ବାଙ୍ଗ,

୪ଟାରେ ନେତ୍ରୋତ୍ସବ ବନ୍ଦାପନା, ୫ଟା ୨୫ରେ ଦ୍ୱାରପାଳ ପୂଜା, ସକାଳ ୬ଟାରୁ ୭ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ୭ଟା ୩୦ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି, ଦିନ ୧୧ଟାରେ ରଥ ପ୍ରତିଷ୍ଠା, ଦିନ ୧ଟାରେ ମଙ୍ଗଳାର୍ପଣ, ଦିନ ୧ଟା ୧୦ରେ ଧାଡି ପହଣ୍ଡି ଆରମ୍ଭ, ଦିନ ୨ଟା ୩୦ରେ ପହଣ୍ଡି ଶେଷ, ଅପରାହ୍ନ ୪ଟାରେ ଛେରାପହଁରା, ଅପରାହ୍ନ ୪ଟା ୩୦ରେ ଚାରଫିଟା ଓ ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ବୈଠକ ପରେ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍ପି, ନିଯୋଗ ସଦସ୍ୟ ବୈଠକରେ ସାମିଲ ଥିଲେ। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୭ରେ ଅନୁଷ୍ଠିତ ହେବ । ୫୩ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି । ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଏଥର ଦୁଇ ଦିନ ଧରି ରଥଟଣା ଯିବ ।

rath yatra

ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଜୁଲାଇ ୭ତାରିଖ ଅପରାହ୍ନରେ ରଥଟାଣିବାକୁ ନିଷ୍ପତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏଥର ୧୫ ଦିନ ପରିବର୍ତେ ୧୩ ଦିନ ଅଣସର ନୀତି ହେବ । ସେହିପରି ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+