ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ମାଉସୀ ଘର ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି
ପ୍ରାୟ ଦୁଇ ବର୍ଷ ହେବ ଚାତକ ପ୍ରାୟ ଅନେଇ ବସିଛି ଭକ୍ତଟିଏ । କାଳିଆର ଚକାଆଖି ଟିକେ ଦେଖିବା ଲାଗି ଅନେଇ ବସିଛି ଭକ୍ତର ନୟନ। ଶ୍ରୀମନ୍ଦିରର ଗଗନ-ପବନରେ ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ବନି ।
ପୁରୀ: ପ୍ରାୟ ଦୁଇ ବର୍ଷ ହେବ ଚାତକ ପ୍ରାୟ ଅନେଇ ବସିଛି ଭକ୍ତଟିଏ । କାଳିଆର ଚକାଆଖି ଟିକେ ଦେଖିବା ଲାଗି ଅନେଇ ବସିଛି ଭକ୍ତର ନୟନ। ଶ୍ରୀମନ୍ଦିରର ଗଗନ-ପବନରେ ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ବନି ।

ସ୍ବର୍ଗୀୟ ଅନୁଭବ, ଅଦୃଶ୍ୟ ସମ୍ପର୍କର ମିଳନର ଏ ଯାତ୍ରା ହେଉଛି ଘୋଷଯାତ୍ରା । ସ୍ବର୍ଗ, ମର୍ତ୍ତ୍ୟ, ଆକାଶ ପାତାଳର ବାସୀ ଚାହିଁ ରହିଥାନ୍ତି ଏହି ଯାତକୁ । ନୀତିକାନ୍ତି ଅନୁସାରେ ରଥଯାତ୍ରା ଦିନ ଭୋରରୁ ଆଳତୀ ଅବକାଶ ପରେ ତିନିବାଡିଆରେ ଠାକୁରଙ୍କ ଦୈନନ୍ଦିନ ବେଶ ହୁଏ । ସକାଳେ ସୂର୍ଯ୍ୟ ପୂଜା ଓ ଦ୍ବାରପାଳ ପୂଜା ତଥା ଅନ୍ୟାନ୍ୟ ନୀତିକାନ୍ତି ପରେ ପାଳିଆ ଖୁଣ୍ଟିଆ ମଣିମା ଡାକ ଦିଅନ୍ତି । ପଣ୍ଡା, ପରିହାରିଙ୍କ ଗହଣରେ ହଲି-ଝୁଲି ପହଣ୍ଡି କରି ରଥାରୂଢ ହୁଅନ୍ତି ତିନି ଠାକୁର। ଏଥର ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ରଥରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପାପ-ତାପ କ୍ଷୟ ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବର୍ଣ୍ଣନା ରହିଛି । ଆଉ କାଳିଆ ସାଆନ୍ତେଙ୍କୁ ଟିକିଏ ଦେଖିବା ପାଇଁ ବଡ ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଠାକୁରଙ୍କୁ ଦେଖି ଭାବବିହ୍ବଳ ଭକ୍ତ । ପ୍ରାୟ ଦୁଇ ବର୍ଷ ପରେ ହେଉଛି ଭକ୍ତ-ଭଗବାନ ମିଳନ ।












Click it and Unblock the Notifications