୩୭ ଖଣ୍ଡ ଭୋଟରେ ହାରିଥିଲେ, ଏବେ ଅନନ୍ତଙ୍କ ବିରୋଧରେ ହାଇକୋର୍ଟ ଗଲେ ଜଗନ୍ନାଥ
ଭୁବନେଶ୍ୱର: ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କାଣ୍ଟେ କି ଟକ୍କର ହୋଇଥିଲା । ସଭିଙ୍କ ହୋସ୍ ଉଡ଼ାଇଥିଲା ନିର୍ବାଚନ ଫଳ । ହାରୁ ହାରୁ ଜିତିଗଲା ବିଜେଡି, ଜିତୁ ଜିତୁ ହାରିଗଲା ବିଜେପି । ହେଲେ ସବୁ ଟ୍ୱିଷ୍ଟ ଭିତରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ରେଜଲ୍ଟ ଗୋଟିଏ ବଡ଼ ଟ୍ୱିଷ୍ଟ୍ ଆଣିଛି । ଅନନ୍ତ ନାରାୟଣ ଜେନା, ମଧ୍ୟ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଜେଡି ବିଧାୟକ ।
ତାଙ୍କ ପ୍ରତିଦ୍ୱନ୍ଦୀ ହୋଇଥିଲେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗତ ନିର୍ବାଚନରେ ମାତ୍ର ୩୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ ଜଗା ପ୍ରଧାନ ।ଏହି ପରାଜୟକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଫଳରେ ଚଞ୍ଚକତାର ଆଶଙ୍କା କରି ସେ ରିକାଉଣ୍ଟିଂ ପାଇଁ ଅପିଲ କରିଥିଲେ । ତଥାପି ଜନାଦେଶକୁ ମଥାନତ କରି ମାନି ନେଇଥିଲେ ।

ହେଲେ ମନ ନମାନିବାରୁ ଆଇନର ଦ୍ୱାରସ୍ଥ ହେବେ ବୋଲି ସେତବେଳେ କହିଥିଲେ । ଆଉ ବର୍ତ୍ତମାନ ସେ ହୋଇଛନ୍ତି ଆଇନର ଦ୍ୱାରସ୍ତ । ନିର୍ବାଚନକୁ ଅବୈଧ ଘୋଷଣା କରି ସାନି ନିର୍ବାଚନ ପାଇଁ ଦାବି କଲେ ଜଗନ୍ନାଥ । ହାଇକୋର୍ଟ ଗଲେ ଭୁବନେଶ୍ୱର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା କଲେ । ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିସନ୍ କଲେ । ଜଗନ୍ନାଥଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦେଇଛନ୍ତି ଏଭଳି ସୂଚନା












Click it and Unblock the Notifications