Jagannath Pradhan: ଝାରପଡ଼ା ଜେଲରେ କଟିଲା ଜଗାଙ୍କ ରାତି

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ରାତିରେ ଜଗନ୍ନାଥଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଗା ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଗିରଫ କରିଥିଲା ପୋଲିସ। ଗିରଫ ପରେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜଗା । ମେଡିକାଲ ଟେଷ୍ଟ୍ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Jagannath Pradhan spent a long night in Jharpada jail

ଜଗା ପ୍ରଧାନଙ୍କ ଗିରଫଦାରୀ ପରେ ୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ପୂର୍ବରୁ ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା ପୋଲିସ । ମାମଲାରେ ପୂର୍ବରୁ ଗିରଫ ଅଭିଯୁକ୍ତ ମାନେ ହେଲେ କର୍ପୋରେଟର ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର । ଏହି ୫ ଜଣଙ୍କୁ ବିଜେପି ଦଳରୁ ନିଲମ୍ବନ କରିଛି। କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ୍ କରିଛନ୍ତି ରାଜ୍ୟ ସଭାପତି। BMC ହିଂସାକାଣ୍ଡ ସମ୍ପୃକ୍ତି ଅଭିଯୋଗରେ ସମସ୍ତଙ୍କୁ ସସପେଣ୍ଡ୍ କରାଯାଇଛି ।

ଝାରପଡ଼ା ଜେଲରେ କଟିଛି ଜଗାଙ୍କ ରାତି । ଭୁବନେଶ୍ବର SDJM କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି । ଅନ୍ୟପଟେ ଆଜି ପୁନର୍ବାର ସେସନ୍ସ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଜଗାଙ୍କ ଓକିଲ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+