ଜେଲ୍ରୁ ବାହାରିଲେ ଜଗନ୍ନାଥ ପ୍ରଧାନ
ଝାରପଡ଼ା ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଆଜି ସକାଳେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଜେଲରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠି ପହଞ୍ଚିଥିଲେ । ବାଣ ଫୁାଟଇ ବିରାଟ ଶୋଭାଯାତ୍ରା ପାଛୋଟି ନେଲେ ସମର୍ଥକ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ । ଜାମିନ ମଞ୍ଜୁର କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।
ତେବେ ଜେଲରୁ ବାହାରିବା ପରେ ଦୀପ ଧୂପ ଓ ଫୁଲ ମାଳ ଦେଇ ଜଗାଙ୍କୁ ସ୍ୱାଗତ କରୁଛନ୍ତି ସମର୍ଥକ । ଗତ ଗୁରୁବାର ଜଗନ୍ନାଥ ପ୍ରଧାନ ଗିରଫ ହୋଇ ଜେଲ ଯାଇଥିଲେ । ଜେଲରୁ ବାହାରିବା ପରେ ନିଜ ପାର୍ଟି ଅଫିସକୁ ଯିବେ ଜଗନ୍ନାଥ ପ୍ରଧାନ । ପରେ ବାଇକ ରାଲି ଜରିଆରେ ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ରହିଛି । ରାସ୍ତାରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଜଗନ୍ନାଥ ପ୍ରଧାନଙ୍କୁ ଆଜି ଖୋର୍ଦ୍ଧା ଜିଲା ଦୌରାଜଜ ଜାମିନ ପ୍ରଦାନ କରିଥିଲେ। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅତିରିକ୍ତ କମିସନରଙ୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (ବିଏନ୍ଏସ୍) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ସୂଚନାଯୋଗ୍ୟ, ଗତମାସ ୩୦ ତାରିଖରେ ବିଏମସି କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି ସମୟରେ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ୬-୭ ଜଣ ସଂଗବଦ୍ଧ ହୋଇ ଆକ୍ରମଣ କରିଥିଲେ। ଶ୍ରୀ ସାହୁ ଅଭିଯୋଗ କରିଥିଲେ ଯେ, ଆକ୍ରମଣକାରୀମାନେ ତାଙ୍କୁ କଲରରୁ ଧରି ଟାଣି ନେଇ ମାରପିଟ କରିଥିଲେ ଏବଂ ଜଗନ୍ନାଥ ପ୍ରଧାନଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରେ ଭାଜପା କର୍ପୋରେଟର ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର ରହିଛନ୍ତି।












Click it and Unblock the Notifications