ସମସ୍ତଙ୍କୁ ଚମକାଇ ଜଗା ଭରିଲେ ନାମାଙ୍କନ, ସେ ପୁଣି ସ୍ୱାଧୀନରୁ
ଭୁବନେଶ୍ୱର: କୁଡୁମୀ ସମ୍ପ୍ରଦାୟର ବରିଷ୍ଠ ନେତ୍ରୀ ମମତା ମହାନ୍ତ ଆଜି ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ଗତକାଲି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି।
ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ।

କିନ୍ତୁ ବର୍ତ୍ତମାନ ସମସ୍ତଙ୍କୁ ଚମକାଇଦେବା ଭଳି ଖବର ସାମ୍ନାକୁ ଆସିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ଥିଲେ ଜଗନ୍ନାଥ । ତେବେ ସେ ଚଳିତ ନିର୍ବାଚନରେ ହାରିଯାଇଥିଲେ । ଆଉ ହଠାତ୍ ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ଚର୍ଚ୍ଚାର ବିଷୟ ପାଲଟିଛି ।












Click it and Unblock the Notifications