ସେବାୟତଙ୍କ ବିବାଦ ପାଇଁ ଲାଗିପାରିନଥିଲା ପତିତପାବନ ବାନା , ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଲାଗିଲା
ପୁରୀ: ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସୁଛି । ନିକଟରେ ପହଣ୍ଡି ବେଳେ ବଳଭଦ୍ରଙ୍କ ବିଗ୍ରହ ରଥରୁ ଖସି ତଳକୁ ମୁହଁ ମାଡ଼ି ପଡ଼ିଯିବା ପରେ ବିବାଦ ସୃଷ୍ଟି ହୋଇଥିଲା । ହେଲେ ଏବେ ପୁଣି ଆଉ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସିଛି । ଦଇତାପତି ସେବକ ଏବଂ ଚୁନରା ସେବକଙ୍କ ମଧ୍ୟରେ ବିବାଦ କାରଣରୁ ନୀଳଚକ୍ରରେ ପ୍ରତିଦିନ ସଂଧ୍ୟାରେ ବନ୍ଧାଯାଉଥିବା ବାନା ଆଜି ସଂନ୍ଧ୍ୟାରେ ଲାଗି ପାରି ନଥିଲା ।

ପରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ଲାଗିଥିଲା ପତିତପାବନ ବାନା ବିବାଦ ତୁଟି ନଥିବା ବେଳେ ବାନା ଲଗାଇଲେ ଚୁନରା ସେବାୟତ । ଉଡ଼ୁଥିବା ହଳଦିଆ ବାନା ସ୍ଥାନରେ ୧ ନମ୍ବରରେ ଲାଗିଲା ଲାଲ୍ ବାନା । ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ସଂନ୍ଧ୍ୟାରେ ବାନା ଲାଗି ପାରିନଥିଲା ।












Click it and Unblock the Notifications