ବିବାଦ ପରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ ; ସୂଚନା ଦେଲେ ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ
ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା 'ଜଗନ୍ନାଥ ଧାମ' ନାମ ଲେଖା। ଯେଉଁ 'ଜଗନ୍ନାଥ ଧାମ' ନାମ ଲେଖାକୁ ନେଇ କିଛି ଦିନ ହେବ ବିରୋଧ ହେଉଥିଲା। ସାଧାରଣ ଜଗନ୍ନାଥ ପ୍ରେମୀଙ୍କଠୁ ଆରମ୍ଭ କରି ରାଜନୈତିକ ସ୍ତରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ସେହି ଲଢ଼େଇ ସଫଳ ହେଲା।

ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା 'ଜଗନ୍ନାଥ ଧାମ' ଲେଖା। ଏନେଇ ଏକ ଭିଡିଓ ସେୟାର କରି ଟ୍ୱିଟ କରିଛନ୍ତି ଅମିତ୍ ମାଲବ୍ୟ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ୍ ମାଲବ୍ୟ। ଏହାସହ ଟ୍ୱିଟ୍ କରି ଅମିତ୍ ଲେଖିଛନ୍ତି 'ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ'। ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି। ଶେଷରେ ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।












Click it and Unblock the Notifications