Get Updates
Get notified of breaking news, exclusive insights, and must-see stories!

ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗ; ସାରା ବିଶ୍ବରେ ଗୋଟିଏ ଜଗନ୍ନାଥ ଧାମ ହେଉଛି 'ପୁରୀ'

ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗ । ମୁଁ ଦୃଢ଼ ପ୍ରତିବାଦ କରୁଛି କହିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ସାରା ବିଶ୍ବରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ବିଶ୍ବରେ ଚାରି ଧାମ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ଜଗନ୍ନାଥ ଧାମ ପୁରୀ ।

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନେଇ ଏବେ ଚର୍ଚ୍ଚା।

ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଥିଲେ, ପୁରୀ ମନ୍ଦିର ଦାରୁ ବିଗ୍ରହଙ୍କ ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ତେବେ ସେ ପୁରୀରେ ପହଂଚିବା ପରେ ସ୍ବର ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି ।

Jagannath Dham name dispute

ସେ କହିଥିଲେ, ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗଦେବାକୁ ଯାଇଥିଲି। ତେବେ କେତେକ ଗଣମାଧ୍ୟମରେ ଏନେଇ କିଛି ଭ୍ରମାତ୍ମକ ତଥ୍ୟ ଉପସ୍ଥପାନ କରାଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଠାକୁର। ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଉଛି, ସେଠାକୁ ବିଭିନ୍ନ ସେବାୟତ, ଗଜପତି, ଶଙ୍କରାଚାର୍ଯ୍ୟ, ଦଇତାପତିମାନେ ଯାଉଛନ୍ତି।

ସେହିପରି ବ୍ରାହ୍ମଣ ଓ ପୁରୋହିତମାନଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଶିଷ୍ୟା। ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମୋତେ ନିମନ୍ତ୍ରଣ କରାଯାଇବାରୁ ମୁଁ ଯୋଗଦେଇଥିଲି। ଗତ ମାସ ୨୩ ତାରିଖରେ ଯଜ୍ଞ ଆରମ୍ଭ ହୋଇ ୨୯ରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ୩୦ରେ ସିଂହାସନରେ ଠାକୁରଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଲିମ୍ବକାଠରେ ମୂର୍ତ୍ତି ନିର୍ମିତ ହୋଇଛି। ପୂର୍ବରୁ ପଥରରେ ମୂର୍ତ୍ତି ଥିଲା, କିନ୍ତୁ ତାହା ପୂଜା ହେଉ ନ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+