ଅଦିନିଆ ରଥ ଓ ସ୍ନାନଯାତ୍ରା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀଙ୍କ କ୍ଷୋଭ, କହିଲେ ଇସ୍କନକୁ ପୁରୀ ବ୍ୟାନ୍ ହେଉ
ଅଦିନିଆ ରଥ ଓ ସ୍ନାନଯାତ୍ରା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀଙ୍କ କ୍ଷୋଭ । ଇସ୍କନ୍ ଉପରେ ରୋଷ ଝାଡ଼ିଲେ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଇସ୍କନକୁ ପୁରୀ ଆସିବା ବନ୍ଦ କରନ୍ତୁ ଗଜପତି ମହାରାଜା' । ଦୀଘା ଜଗନ୍ନାଥ ମନ୍ଦିର ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । ଏଥର ପୁରୀ ରଥକୁ ନ ଆସିବାକୁ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ରହିଛି' ।

ଆସିଲେ ଆସନ୍ତୁ, ନ ଆସିଲେ କୌଣସି ଅସୁବିଧା ନାହିଁ ।' ଏଥର କୌଣସି ସେବକ ଦୀଘା ଯିବେନି, ସେହି ଟ୍ରଷ୍ଟ ସଦସ୍ୟ ବି ଯିବେନି' । ଏଥିସହ ପରିଚାଳନା କମିଟି ଗଠନ ବିଳମ୍ବକୁ ନେଇ ନିରାଶ ବ୍ୟକ୍ତ କଲେ । ପରିଚାଳନା କମିଟି ନ ହେଲେ ବି ରଥଯାତ୍ରା ଶୃଙ୍ଖଳାର ସହ ହେବ' ।












Click it and Unblock the Notifications