Get Updates
Get notified of breaking news, exclusive insights, and must-see stories!

ଆଜି ଅପରାହ୍ନ ୪ଟାରୁ ବନ୍ଦ ରହିବ ଜଗା ଦର୍ଶନ

ପୁରୀ:ଆଜି ଡ଼ିସେମ୍ବର-୩ ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି କସ୍ତୁରୀ, କେଶର, କର୍ପୁର, ହରିତଳା, ହିଙ୍ଗୁଳା, ଶଙ୍ଖ ଓ ପ୍ରାକୃତିକ କଳାରେ ରତ୍ନ ସିଂହାସନରେ ବିରାଜମାନ କରୁଥିବା ଓ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।

Puri Jagannath Temple

ଶୃଙ୍ଗାର ନୀତି ଶେଷ ହେବା ପରେ ଶ୍ରୀଜିଉମାନଙ୍କୁ ବେଶ କରାଯାଇ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡସିଂହାର । ବେଶ, ବଡସିଂହାର ଭୋଗ ଓ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହେବ । ଏହି ନୀତି ଲାଗି ଆଜି ଅପରାହ୍ନ ୪ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+