ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶ ତିଥିରେ ବାମନ ଜନ୍ମ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ସର୍ବସାଧାରଣ ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ବନ୍ଦ ରହିବ। ଭକ୍ତମାନେ ଏହି ସମୟ ମଧ୍ୟରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଅନ୍ୟପଟେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପାଇଁ 'ଧାଡ଼ି' ଦର୍ଶନ ବ୍ୟବସ୍ଥା ପ୍ରବର୍ତ୍ତନ କରାଯିବ।

ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଏହି ବ୍ୟବସ୍ଥା ନାଟମଣ୍ଡପରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ, ପରେ ପୂର୍ଣ୍ଣାଙ୍ଗ ରୂପେ ଲାଗୁ ହେବ। କମିଟି ଶ୍ରୀଜିଉଙ୍କ ନୀତି ସମୟାନୁସାରେ ସମ୍ପନ୍ନ ହେବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।












Click it and Unblock the Notifications