ଆସନ୍ତାକାଲି ସାଢେ ଚାରିଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ
ଆସନ୍ତାକାଲି ସାଢେ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ଦର୍ଶନ ବନ୍ଦ ରହିବ । ରଥଯାତ୍ରା ପରେ ଶ୍ରୀଜୀଉଙ୍କର ବନକଲାଗି ନୀତି କରାଯାଇଥାଏ । ଯେହେତୁ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପରେ ବନକଲାଗି ନୀତି ଅନୁଷ୍ଠିତ ହୋଇନାହିଁ ସେଥିପାଇଁ ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୩୦ ମି. ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ଏହି ସମୟରେ ଧୈର୍ଯ୍ୟ ରଖି ସହଯୋଗ କରିବାକୁ ଅନୁରୋଧ କରିଛି। ରାତି ୧୧:୦୦ ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।












Click it and Unblock the Notifications