ଆସନ୍ତାକାଲି ୧୧ଟା ଯାଏଁ ଦର୍ଶନ ବନ୍ଦ
ଭୁବନେଶ୍ୱର: ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ ବଡ଼ସିଂହାର ବେଶ ପରେ ଭୋଗ ହୋଇ ପହୁଡ଼ ଆଳତି ହେବ । ଏହାପରେ ଶ୍ରୀ ମୁଖ ଖଣ୍ଡୁଆ ଓ ବାହୁଟ କଂଟ ସରିବା ପରେ ହେବ ଚାର ବନ୍ଧା କାର୍ଯ୍ୟ ହେବ । ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତ୍ର ଘ.୧୨.୦୦ ଟିକା ଠାରୁ ଆସନ୍ତାକାଲି (ଶୁକ୍ରବାର) ସକାଳ ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଜଗା ଦର୍ଶନ ।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଗଜବେଶରେ ଦର୍ଶନ ଦେବେ । ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ଓ ପ୍ରାୟ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଉଛି । ଭକ୍ତଙ୍କ ଏହି ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି ।












Click it and Unblock the Notifications