ଶିଶୁ ବାଟିକା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି, ଖର୍ଚ୍ଚ ହେବ ୯୦ କୋଟି’

ଶିକ୍ଷାକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଯାଦୁପେଡ଼ି । ଖେଳ ଏବଂ ମନୋରଞ୍ଜନ ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ଶିଶୁବାଟିକା, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ଯାଦୁପେଡ଼ି ଦିଆଯିବ ।

mohan charan majhi

NCERT ଦ୍ବାରା ପ୍ରସ୍ତୁତ ଏହି କିଟ୍‌କୁ ୪୫ ହଜାର ସ୍କୁଲରେ ବଣ୍ଟନ ହେବ । ଏନେଇ ରାଜ୍ୟ ସରକାର ୯୦ କୋଟି ଖର୍ଚ୍ଚ କରିବେ । ଲୋକସେବା ଭବନରେ 'ଯାଦୁପେଡି' ଦେଖିଲେ ମୁଖ୍ୟମନ୍ତ୍ରୀ । ଯାଦୁପେଡ଼ି' ପିଲାଙ୍କୁ ପାଠ ପଢ଼ିବା ପାଇଁ ଆକୃଷ୍ଟ କରିବ ବୋଲି ମୋହନ ମାଝୀ କହିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଥମ ଥର ପାଇଁ ଶିଶୁବାଟିକା ମଧ୍ୟ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା ମଧ୍ୟ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+