Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ପାୱାର କଟ୍‌ ନୁହେଁ, ପାୱାର ଟ୍ରିପ୍ ହେଉଛି: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାୱାର କଟ ହେଉନି । ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରି ଯାଉଛି ବୋଲି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ।

ସେ କହିଛନ୍ତି ଯେ, ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏର କୌଣସି ଅଭାବ ନାହିଁ । ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ୬ରୁ ୭ ଘଣ୍ଟା ଲାଗୁଛି ତାକୁ ସଜାଡିବା ପାଇଁ ।

Energy Minister

ଗ୍ରାମାଞ୍ଚଳରେ ଏପରି ସମସ୍ୟା ଦେଖାଦେଲେ ତାହାର ମରାମତି ଲାଗି ଅଧିକ ସମୟ ଲାଗୁଛି । ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ଲାଗି ଚେଷ୍ଟା କରାଯାଉଛି । ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଉଛି । ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି। ଯେଉଁଠି ଟ୍ରାନ୍ସମଫର କ୍ଷମତାଠାରୁ ଅଧିକ ଲୋଡ୍ ପଡୁଛି ସେଠାରେ ଲୋ ଭୋଲଟେଜ ହେବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ।

ଲୋ ଭୋଲଟେଜ କାରଣ ଟେକ୍ନିକାଲ ତ୍ରୁଟି । ଯେଉଁଠି ଲାଇନ ଦୂର ବାଟରେ ଅଛି , ଟ୍ରାନ୍ସଫରମର କାପାସିଟି ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେଉଛି । ତାର ପ୍ରତିକାର କରାଯାଉଛି । ପିକ୍ ପିରିୟଡରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

ଏଥିସହ ସେ କହିଛନ୍ତି, ଅତ୍ୟଧିକ ଖରା ହେତୁ ସପ୍ତାହକ ୭ ଦିନ ଯାଏ ୨୪ ଘଣ୍ଟା ଲେଖାଏ ଲୋକେ ବିଦ୍ୟୁତ୍‌ ସଂଯୋଗ ଦାବି କରୁଛନ୍ତି । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍‌ ଯୋଗାଣ କରି ହେଉନି।
ସ୍ୱାଧିନତା ପରଠୁ ଗତ ୨୦ ତାରିଖରେ ସର୍ବାଧିକ ବିଦ୍ୟୁତ୍‌ ଡିମାଣ୍ଡ ହୋଇଥିଲା । ଏପରି ସ୍ଥିତିରେ ଲାଇନ୍‌ କଟି ଯାଉଛି । ତଥାପି ନିରବଛିନ୍ନ ବିଜୁଳି ଯୋଗାଇବା ଲାଗି ଆପ୍ରାଣ ଚେଷ୍ଟା କରାଯାଉଥିବା କହିଛନ୍ତି ଶକ୍ତିମନ୍ତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+