ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ITR ଅଫିସର
ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ତଥ୍ୟ ଦେଇଥିବା ନେଇ ସୂଚନା ରହିଛି । ପ୍ରମାଣ ପାଇଁ ଆଜି ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ ।

ବାଲେଶ୍ୱର:ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ତଥ୍ୟ ଦେଇଥିବା ନେଇ ସୂଚନା ରହିଛି । ପ୍ରମାଣ ପାଇଁ ଆଜି ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ପ୍ରେସମିଟରେ ଆଇଜି ହିମାଂଶୁ ଲାଲ୍, ଏସପି ସାଗରିକା ନାଥ ଦେଇଛନ୍ତି ସୂଚନା । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକୁ ସଂସ୍ଥାର ଜଣେ ବରିଷ୍ଠ ଟେକ୍ନକାଲ ଅଫିସର ।
ମିଳିଥିବା ସୂଚନା ଅନୁସାରେ, ହନି ଟ୍ରାପରେ ଫଶିଥିଲେ ବାଲେଶ୍ୱରର ଜଣେ ITR ଅଫିସର । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ ଏହି ବରିଷ୍ଠ ଅଧିକାରୀ ଜଣକ । ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିସେ ପାକିସ୍ତାନୀ ଏଜେଣ୍ଟ । ଏହି ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଛି ଏବଂ ଆଉ କେଉଁ ବ୍ୟକ୍ତିଙ୍କର ଲିଙ୍କ୍ ଏହି ମାମଲାରେ ଅଛି ଜାଣିବା ପାଇଁ ପୋଲିସ କରୁଛି ତଦନ୍ତ । ତେବେ ପାକିସ୍ତାନର ରାୱଲପିଣ୍ତିରୁ ଏହି ଚାଟିଂ କରି ଡାଟା ଆଦାୟ ହୋଇଥିବା ନେଇ ମିଳିଛି ସୂଚନା । ଗୁରୁତ୍ୱପୂର୍ଣ୍ଣ ଭିଡିଓ ଓ ଡାଟା ଲିକ୍ କରିଥିବା ଅଫିସରଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications