ରାଗିଂ ସହି ନପାରି ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ !
ରାଗିଂ ସହି ନପାରି ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ !
ଭଦ୍ରକ: ରାଗିଂ ସହି ନପାରି ବିଷ ପିଇଲେ ଆଇଟିଆଇ ଛାତ୍ର । ଭଦ୍ରକ ତିହିଡ଼ିର ଏକ ଘରୋଇ ITI ଛାତ୍ର ଆଶୁତୋଷ ମଲ୍ଲିକ । ସବୁଦିନ ପରି ଗତକାଲି ମଧ୍ୟ ସେ କଲେଜରୁ ଘରକୁ ଫେରିଥିଲେ । ସବୁକିଛି ସ୍ୱାଭାବିକ ଥିଲା ହେଲେ କିଛି ସମୟ ପରେ ପରିବାର ଅଜଣାତରେ ସେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ପରବର୍ତ୍ତି ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଲେଜରେ ରାଂଗି ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଭଦ୍ରକର ଏକ ଘରୋଇ ଆଇଟିଆ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଆଶୁତୋଷ । ସେ କ'ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଇ ବିଷ ପିଇଲେ,ତାହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ସେ ରାଗିଂ ଯୋଗୁ ବିଷ ପିଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ସେ କଲେଜରୁ ଫେରିବା ପରେ ବିଷ ପିଇ ଅଚେତ ହୋଇପଡିଥିଲେ । ପରେ ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ଡାକ୍ତରଖାନ ପରେ ଭଦ୍ରକ ମୁ୍ଖ୍ୟ ମେଡିକାଲ ଓ ଶେଷରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ ।












Click it and Unblock the Notifications