ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ପଡ଼ିଲା ମହଙ୍ଗା: ୫୬ ସ୍କୁଲକୁ ନୋଟିସ
ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ବୋୖଦ୍ଧ ଜିଲ୍ଲାରେ ଏକାବେଳେ ୫୬ଟି ବିଦ୍ୟାଳୟକୁ ଏନେଇ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ। ଜିଲ୍ଲାର ତିନୋଟି ବ୍ଲକର ଶିକ୍ଷାଅଧିକାରୀମାନଙ୍କୁ ନୋଟିସ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।
ବୋୖଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି, ବୋୖଦ୍ଧ ବ୍ଲକର ୧୫ଟି ଓ କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ନୋଟିସ ଜାରି ହୋଇଛି। ସାତ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ୧୫ ତାରିଖର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫଟୋ ଏବଂ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।













Click it and Unblock the Notifications