ରଥରେ ଚଢିବା ଅଣ ସେବାୟତଙ୍କୁ ପଡିଲା ମହଙ୍ଗା, ଦୁଇ ଜଣଙ୍କ ନାଁରେ ସିଂହଦ୍ଵାର ଥାନାରେ ଏତଲା
ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ରଥ ଉପରୁ ସେମାନଙ୍କୁ ହାତ ଧରି ବାହାର କାିଛନ୍ତି ନିଜେ ମୁଖ୍ୟ ପ୍ରଶାସକ।

ସୂଚନାଯୋଗ୍ୟ, କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି।
ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି। ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications